କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ୍ । ଅକ୍ଟୋବର ୭ରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍ ।

118

କନକ ବ୍ୟୁରୋ: କଂଗ୍ରେସ ଦଳ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାମଲାରେ ସୋମବାର ଇଡି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ୍ ଜାରିକରିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଅକ୍ଟୋବର ୭ରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

ଯେତେବେଳେ କଂଗ୍ରେସର ଭାରତ ଯୋଡ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି, ସେତେବେଳେ ତାଙ୍କୁ ନୋଟିସ୍ ଜାରି କରିଛି ଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଗତ ସେପ୍ଟେମ୍ବର ୧୯ତାରିଖରେ ଅନ୍ୟ ମାମଲାରେ ଅର୍ଥ ହେରଫେର ନେଇ ଜେରା କରାଯାଇଥିଲା । ପୂର୍ବରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିଥିଲା ।