ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।

128

କନକ ବ୍ୟୁରୋ : କରୋନା ଟିକାକରଣ ନେଇ ଦିନକୁ ଦିନ ଭଲ ଖବର ସାମ୍ନାକୁ ଆସୁଛି । ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ଚାଲୁଥିବାବେଳେ ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏହି କ୍ରମରେ ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଏଥିପାଇଁ କରାଯିବ ଟିକାକରଣ ରୁମ୍ । ପ୍ରଥମ ଦଫାରେ ଗୃହ ଓ ନଗରଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟିକା ।

ତେବେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟା ବେସ୍ ପ୍ରସ୍ତୁତ ହୋଇଛି । ଏହି ଟିକାକରଣ ୬ ତାରିଖରୁ ଆରମ୍ଭ ହୋଇ ୩ ସପ୍ତାହ ଭିତରେ ଶେଷ କରିବାକୁ ଯୋଜନା ରଖାଯାଇଛି । ଓଡିଶାକୁ ଏଥିପାଇଁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲଡ ଏବଂ ୮୩ ହଜାର ୫୦୦ କୋଭାକ୍ସିନ୍ ଟିକା ଆସିଛି ।

ସବୁଠାରୁ ବଡ଼ କଥା ହେଲା କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ପ୍ରତିଶତ ଅର୍ଥାତ୍ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି । ପ୍ରଥମ ଦଫା ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ । ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ଦ୍ୱିତୀୟ ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।