ଚୀନ ବିରୋଧରେ ୩ ଦେଶର ମେଳି, ଅଷ୍ଟ୍ରେଲିଆ ନିର୍ମାଣ କରିବ ପରମାଣୁ ବୁଡା ଜାହଜ, ଫ୍ରାନ୍ସ ନେଲା ଏମିତି ପଦକ୍ଷେପ

970
କନକ ବ୍ୟୁରୋ: ଆମେରିକା ଓ ଅଷ୍ଟ୍ରେଲିଆରୁ ନିଜ ରାଷ୍ଟ୍ରଦୂତକୁ ଫେରାଇ ଆଣିଛି ଫ୍ରାନ୍ସ । ତିନି ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଓ ପରାମର୍ଶ ପାଇଁ ଡକାଯାଇଥିବା ଫ୍ରାନ୍ସ ବିଦେଶ ମନ୍ତ୍ରୀ ଜିନ୍ ଅବେସ୍ –ଲେ -ଡ୍ରିୟନ୍ କହୁଥିବାବେଳେ ଏହାକୁ ଫ୍ରନ୍ସର ଏକ ଅସନ୍ତୋଷ ଭାବ ବୋଲି କିଛି ଦେଶ କହୁଛନ୍ତି । ଆମେରିକା, ଅଷ୍ଟ୍ରେଲିଆ, ଓ ବ୍ରିଟେନ୍ ମଧ୍ୟରେ ଅଣବିକ ବୁଡା ଜାହାଜ ନିର୍ମାଣ ନେଇ ହୋଇଥିବା ଚୁକ୍ତି ପରେ ଫ୍ରାନ୍ସ ଏହି ତିନି ଦେଶରୁ ନିଜ ରାଷ୍ଟ୍ରଦୂତଙ୍କୁ ଡକାଇନେବା ତାର ଅସନ୍ତୋଷ କରୁଛି ନିଶ୍ଚୟ ।
ସୂଚନା ମୁତାବକ, ଚୀନ୍ ସହ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ସାମ୍ନାରେ ସାମରିକ ସାମର୍ଥ୍ୟକୁ ମଜବୁତ କରିବା ପାଇଁ ଆମେରିକା (ଯୁକ୍ତରାଷ୍ଟ୍ର ଆମେରିକା) ଅଷ୍ଟ୍ରେଲିଆ (ଅଷ୍ଟ୍ରେଲିଆ) ଏବଂ ବ୍ରିଟେନ୍ (ବ୍ରିଟେନ୍ ) ସହିତ ଏକ ନୂତନ ତ୍ରିପାକ୍ଷିକ ଗୋଷ୍ଠୀ ଘୋଷଣା କରିଛି। ଏହି ଗୋଷ୍ଠୀକୁ ଏୟୁକ୍ୟୁଏସ୍ କୁହାଯିବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ କ୍ଷେତ୍ରରେ ସହଯୋଗ କରିବ । ଏହି ଚୁକ୍ତି ପରେ ଅଷ୍ଟ୍ରେଲିଆ ଫ୍ରାନ୍ସ ସହିତ କରିଥିବା ୯୦ ବିଲିୟନ ଡଲାରର ଚୁକ୍ତି ବାତିଲ କରିବା ସହ ଆମେରିକାକୁ ଏକ ଆଣବିକ ବୁଡ଼ାଜାହାଜ ଜାହାଜ ନିର୍ମାଣ କାର୍ୟ୍ୟ ହସ୍ତାନ୍ତର କରିଛି । ଆମେରିକା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଏହି ଭାଗିଦାରୀ ଅଧୀନରେ ଆମେରିକା ଅଷ୍ଟ୍ରେଲିଆକୁ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ନିୟୋଜିତ କରିବା ପାଇଁ ଟେକ୍ନୋଲୋଜି ଯୋଗାଇବ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ବୋରିସ ଜନସନଙ୍କ ଏକ ଭିଡିଓ ବୈଠକ କରି  ଏହି ଚୁକ୍ତି କରିବା ସହ ତ୍ରିପାକ୍ଷିକ ଗୋଷ୍ଠୀ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେAUKUS,QUAD ଏବଂ ASEAN ପାଇଁ ମଧ୍ୟ ଆବଶ୍ୟକ ସ୍ଥଳେ ସହାୟତାର ହାତ ବଢାଇବ ।ହେଲେ ମିଳିତ ଶକ୍ତିଙ୍କର ଆଣବିକ ଅସ୍ତ୍ର ନିର୍ବାଣ କ୍ଷେତ୍ରରେ ଏପରି ଅଗ୍ରଗତି ଚୀନକୁ ମଧ୍ୟ କିଛି କମ୍ ଚିନ୍ତାରେ ପକାଇନି ।
ସବୁଠୁ ବଢ କଥା ହେଉଛି ଏହି  ମିଳିତ ଚୁକ୍ତି ଫ୍ରାନ୍ସକୁ କ୍ରୋଧିତ କରିଛି,  । ଅଷ୍ଟ୍ରେଲିଆକୁ ପାରମ୍ପାରିକ ବୁଡ଼ାଜାହାଜ ବିକ୍ରୟ ପାଇଁ ୯୦ ବିଲିୟନ ଡଲାରର ଚୁକ୍ତି ବୁଝାମଣା କରିଥିଲେ ବି ଏହାକୁ ଅଷ୍ଟ୍ରେଲିଆ ଖାରଜ କରିଦେବା ନାରାଜ ଫ୍ରାନ୍ସ ଏହି ତିନି ରାଷ୍ଟ୍ରରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।
ତେବେ ବାଇଡେନଙ୍କ ସମେତ ଅନ୍ୟ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ବୁଡ଼ାଜାହାଜଗୁଡ଼ିକ ପରମାଣୁ ସଶସ୍ତ୍ର ହେବ ନାହିଁ, ବରଂ କେବଳ ପରମାଣୁ ରିଆକ୍ଟରରୁ କାର୍ୟ୍ୟ କରିବ।
ତେବେ  ଭାଗିଦାରୀ ଘୋଷଣା ସମୟରେ ଏହି ତିନି ନେତା ଚୀନ୍ ବିଷୟରେ କୌଣସି ଉଲ୍ଲେଖ କରିନଥିଲେ। ମୋରିସନ୍ କହିଛନ୍ତି, “ବିଶେଷ କରି ଆମ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମ ବିଶ୍ୱ ଅଧିକ ଜଟିଳ ହେବାରେ ଲାଗିଛି । ଏହା ଆମ ସମସ୍ତଙ୍କୁ ପ୍ରଭାବିତ କରୁଛି । ଇଣ୍ଡୋ-ପ୍ରଶାନ୍ତ ମହାସାଗରର ଭବିଷ୍ୟତ ଆମ ସମସ୍ତଙ୍କ ଭବିଷ୍ୟତକୁ ପ୍ରଭାବିତ କରିବ। ”  ତେଣୁ ପୂର୍ବରୁ ଏହାକୁ ସୁରକ୍ଷିତ କରିବାକୁ ତିନି ଦେଶ ଚୁକ୍ତିବଦ୍ଧ ହୋଇଥିବା କହିଛନ୍ତି ବାଇଡେନ୍ ।ଏହାସହ
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ସେ ମିଳିତ ଭାବେ କାର୍ୟ୍ୟ କରିବେ। ତିନି ଦେଶର ବୈଷୟିକ ଏବଂ ନୌସେନା ପ୍ରତିନିଧିମାନେ

ମଧ୍ୟ ଏହାକୁ ନେଇ ସଚେତ ଅଛନ୍ତି।