ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

98

କନକ ବ୍ୟୁରୋ :ମହାନଦୀରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଛୋଟ ଧରଣର ବନ୍ୟା ହୋଇଛି । ଆଶଙ୍କା ଅନୁସାରେ କମ୍ ଜଳ ପ୍ରବାହିତ ହୋଇଥିବାରୁ କୌଣସି ବିପଦ ନାହିଁ । ମୁଣ୍ଡଳିଠାରେ ୬ ଲକ୍ଷ ୬୭ ହଜାର ଘନଫୁଟ ଜଳ ଅତିକ୍ରମ କରୁଛି । ୩ରୁ ୪ ଘଂଟା ହେବ ଏପରି ସ୍ଥିତି ଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ମଧ୍ୟମ ଧରଣର ୪୪ଟି ଜଳ ଭଣ୍ଡାରରୁ ୨୦ଟିରେ ୭୫ ପ୍ରତିଶତରୁ ଅଧିକ ରହିଛି । ୧୧ଟାରେ ୫୦ରୁ ୭୫ ପ୍ରତିଶତ, ୧୩ଟାରେ ୫୦ ପ୍ରତିଶତରୁ କମ୍ ରହିଛି । ସେହିପରି ୨ଟି ମଧ୍ୟମ ଜଳଭଣ୍ଡାର ଫୁଲ ରହିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ଏବେ ଗୋଟିଏ ପରେ ଗୋଟିଏ ବନ୍ଦ କରାଯାଉଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଛି । ତଳିଆ ଅଂଚଳରେ ବର୍ଷା ପାଣି ଅଟକିଥିବା କହିଛନ୍ତି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ, ହୀରାକୁଦ ଜଳଭଣ୍ଡାରରେ କମୁଛି ଜଳସ୍ତର । ବନ୍ଦ ହେଲା ଆଉ ୬ଟି ଗେଟ୍ । ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି ।