ନାବାଳକକୁ ଯୌନ ଶୋଷଣ ମାମଲା: ମହିଳା କେୟାରଟେକରଙ୍କୁ ୨୦ ବର୍ଷ ଜେଲ

506

କନକ ବ୍ୟୁରୋ: ନାବାଳକକୁ ଯୌନ ଶୋଷଣ କରିବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ କାରାଦଣ୍ଡ । ଚାରି ବର୍ଷ  ପୂର୍ବେ ଜଣେ ନାବାଳକକୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଏକ ଘରୋଇ ବିଦ୍ୟାଳୟର ମହିଳା ତତ୍ତ୍ୱାବଧାରକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ,୦୦୦ ଜରିମାନା ଶୁଣାଇଛନ୍ତି ହାଇଦ୍ରାବାଦ ପୋକ୍ସୋ ଆକ୍ଟ ମାମଲାର ସ୍ୱତନ୍ତ୍ର କୋର୍ଟ ।


ସୂଚନା ମୁତାବକ, ଏହି ଘଟଣା ୨୦୧୭ ମସିହାରେ ହାଇଦ୍ରାବଦର ଚନ୍ଦ୍ରଯାନଗୁଟ୍ଟା ସହରର ଏକ ବିଦ୍ୟାଳୟରେ ଘଟିଥିଲା । ୯ ବର୍ଷର ନାବାଳକ ୱାସ ରୁମରେ ଥିବାବେଳେ ଅଭିଯୁକ୍ତ ମହିଳା ଯୌନ ଶୋଷଣ କରିବା ସହ ତାଙ୍କ ହାତରେ ସିଗାରେଟ୍ ଚେଙ୍କ ମଧ୍ୟ ଦେଇଥିଲା । ଏକଥା କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । କିଛି ଦିନ ଭୟରେ କାହାରିକୁ କିଛି ନଥିଲେ କିଛି ମାସ ପରେ ପୀଡିତ ଏହା ନିଜ ଅଭିଭାବକଙ୍କୁ ଜଣାଇଥିଲେ ନାବାଳକ । ଏହାପରେ ଅଭିଯୁକ୍ତ ମିହିଳା ବିରୋଧରେ ମାମଲା ଦାଏର କରି ଛାନବିନ୍ ଆରମ୍ଭ କରିବା ପରେ ମହିଳାଙ୍କ ଏପରି ଗୁରୁତର ଅପରାଧ ଧରାପଡିଥିଲା ।