ସୁନ୍ଦରପଦା ନୂଆସାହି ଦିପୁ ହତ୍ୟାକାଣ୍ଡ ମାମଲା । କୋର୍ଟରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ଭିକି ମାଲିଆ ଓ ସୁଜିତ

ରିମାଣ୍ଡରେ ଆଣିବାକୁ ପୋଲିସର ଆବେଦନ; ନୂଆ ବର୍ଷ ରାତିରେ ଭୋଜିକୁ କେନ୍ଦ୍ର କରି ହୋଇଥିଲା ହତ୍ୟା

163

କନକ ବ୍ୟୁରୋ : ଭୁବନେଶ୍ୱର ସୁନ୍ଦରପଦା ନୂଆସାହି ଦିପୁ ହତ୍ୟାକାଣ୍ଡ ମାମଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ଭିକି ମାଲିଆ ଓ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନୂଆ ବର୍ଷ ରାତିରେ ଦିପୁକୁ ହତ୍ୟା କରିଥିଲେ ଦୁଇ ଜଣ ଦୁର୍ବୃତ । ଏହି ଘଟଣାରେ ୩ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ, କପିଳେଶ୍ବର ଓ ସୁନ୍ଦରପଦାର କିଛି ଯୁବକ ହଜ୍‌ ପୋଖରୀ ନିକଟରେ ଅଲଗା ଅଲଗା ଜିରୋ-ନାଇଟ୍‌ ସେଲିବ୍ରେସନ୍‌ କରୁଥିଲେ। ଭୋଜିଭାତ କରିବା ସହ ନିଶାସକ୍ତ ଅବସ୍ଥାରେ ଡିଜେ ବଜାଇ ନାଚୁଥିଲେ । ତେବେ କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାର ସମାଧାନ ହୋଇଥିଲେ ହେଁ ବିଳମ୍ବିତ ରାତିରେ କିଛି ଯୁବକ ଆସି ସେଠାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଇକ୍‌କୁ ଭଙ୍ଗାରୁଜା କରିଥିଲେ। ଏହା ଦେଖି ପୋଖରୀ ସୁରକ୍ଷା ଦାୟିତ୍ବରେ ଥିବା ଦୀପକ ସେମାନଙ୍କୁ ବାରଣ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିଦେବା ସହ ପାଟିରେ ଗୁପ୍ତି ଭର୍ତ୍ତି ହତ୍ୟା କରିଥିଲେ ।