ପଂଚାୟତ ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପଂଚାୟତକୁ ଗଲା ଫର୍ମ, କାଳି ଓ ସିଲ

ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ଗଲା ସାମଗ୍ରୀ; ୭ ତାରିଖ ସୁଦ୍ଧା ସବୁ ଜିଲ୍ଲାକୁ ପଠାଇବାକୁ ଲକ୍ଷ୍ୟ

239

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଅଫିସରୁ ପଂଚାୟତକୁ ପଠାଯାଇଛି ନିର୍ବାଚନ ସମ୍ପର୍କିତ ଫର୍ମ, ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଂଚାୟତ ମାନୁଆଲ, ଷ୍ଟାମ୍ପ ଓ ୭ ପ୍ରକାରର ସିଲ । ପୂର୍ବରୁ ବ୍ୟାଲଟ ବାକ୍ସ ସହ ନିର୍ବାଚନ ସମ୍ପର୍କିତ କିଛି କାଗଜପତ୍ର ପଠାଯାଇଥିଲା । ପୂର୍ବରୁ ବ୍ୟାଲଟ ବକ୍ସ ସହ କିଛି କାଗଜପତ୍ର ପଂଚାୟତକୁ ପଠାଯାଇଥିଲା । ଆଜି ୧୦ ଜିଲ୍ଲାକୁ ଏ ସବୁ ପଠାଯାଇଛି । ପର୍ଯ୍ୟାୟକ୍ରମେ ୭ ତାରିଖ ସୁଦ୍ଧା ଏହା ଅନ୍ୟ ଜିଲ୍ଲାକୁ ପଠାଯିବ ।