ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଫିନଲ୍ୟାଣ୍ଡ, ସ୍ୱିଡେନଙ୍କୁ ନାଟୋରେ ସାମିଲ ପାଇଁ ନିମନ୍ତ୍ରଣ: ନାଟୋ ମୁଖ୍ୟ କହିଲେ, ଏମିତି କଥା…

115

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନଙ୍କୁ ନାଟୋ ସାମିଲ ହେବ ପାଇଁ ଔପଚାରିକ ଭାବେ ନିମନ୍ତ୍ରଣ କରିଛନ୍ତି ନାଟୋ ନେତା । ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ଆମେ ଏକ ଚୁକ୍ତି କରିଛୁ ଯେଉଁଥିରେ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ପାଇଁ ବାଟ ବହାରିଛି । ଏଥିସହ ତୁର୍କୀ, ଫିନଲ୍ୟାଣ୍ଡ, ସ୍ୱିଡେନ ମଧ୍ୟରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ରପ୍ତାନୀ କରିବା ନେଇ ଚୁକ୍ତି ହୋଇଛି । ଏବଂ ସବୁ ଦେଶ ମିଶି ଆତଙ୍କବାଦୀଙ୍କ ଲଢିବେ ବୋଲି କହିଛନ୍ତି ନାଟୋ ମୁଖ୍ୟ । ଏପଟେ ଋଷିଆ ରାଷ୍ଟପ୍ରତି ଭ୍ଲାଦମିର ପୁଟିନ୍ଙ୍କୁ ଆତଙ୍କବାଦୀ କହିଛନ୍ତି ୟୁକ୍ରେନ ରାଷ୍ଟପ୍ରତି ଭୋଲୋଦାମିର ଜେଲେନସ୍କି । ପୁଟିନଙ୍କୁ ଆତଙ୍କବାଦୀ କହିବା ସହ ସେ ଏକ ଆତଙ୍କବାଦୀ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଜେଲେନସ୍କି କହିଛନ୍ତି । ୟୁକ୍ରେନର ଏକ ସହରରେ ଏକ ସପିଂ ମଲରେ ଋଷିଆ ମିଶାଇଲ ମାଡ କରିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମିଶାଇଲ ମାଡ ହୋଥବା ସ୍ଥାନ ଦେଖିବା ପାଇଁ ଜେଲେନସ୍କି ଜାତିସଂଘ ନିକଟରେ ଅନୁରୋଧ କରିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୁରିଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଲକ୍ଷାଧିକ ଲୋକ ଦେଶ ଛାଡି ପଳାଇଯିବାକୁ ବାଧ୍ୟ ହୋଇଛନ୍ତି ।