ଆମେରିକାର ଡଲାସ ସହରରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୨ ସାମରିକ ବିମାନ ।

97

କନକ ବ୍ୟୁରୋ: ଆମେରିକାର ଡଲାସ ସହରରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡ଼ିଛି । ଗୋଟିଏ ବୋମା ବର୍ଷଣକାରୀ ଓ ଗୋଟିଏ ଛୋଟ ବିମାନ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ବିମାନ ଦୁଇ ଖଣ୍ଡ ହୋଇ ଯାଇଥିଲା । ସେହିପରି ଅନ୍ୟ ବିମାନଟି ପୂରା ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଫେଡେରାଲ ଆଭିଏସନ୍ ଆଡମିନିଟ୍ରେସନର ସୂଚନା ଅନୁସାରେ ଏୟାର ସୋ’ ଦେଖିବା ପାଇଁ ଦୁରଦୂରାନ୍ତରୁ ଅନେକ ଲୋକ ପହଞ୍ଚିଥିଲେ । ଏୟାର ସୋ’ ଚାଲିଥିବା ବେଳେ ହଠାତ୍ ଏକ ବୋଇଂ-୧୭ ଫ୍ଲାଇଟ୍ ସହ ବେଲ୍ ପି-୬୩ କିଙ୍ଗକୋବରା ଫ୍ଲାଇଟର ଦୁର୍ଘଟଣା ହୋଇଥିଲା ।