ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ : ଆଜି କୋର୍ଟରେ କରିପାରନ୍ତି ଆତ୍ମସମପର୍ଣ

78

କନକ ବ୍ୟୁରୋ : ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏକ ଚାର୍ଟାର୍ଡ ପ୍ଲେନ୍ରେ ନ୍ୟୁର୍କରେ ପହଞ୍ଚିଛନ୍ତି ଟ୍ରମ୍ପ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଳାଇଛନ୍ତି ଟ୍ରମ୍ପ । ବହୁଚର୍ଚ୍ଚିତ ‘ହସ୍ ମନି’ ମାମଲାରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗ୍ରାଣ୍ଡ ଜୁରୀ ପ୍ରମାଣ ପାଇଛନ୍ତି ।

ହସ୍ ମନି ମାମଲାରେ ଗ୍ରାଣ୍ଡ ଜୁରୀ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲେ । ଟ୍ରମ୍ପଙ୍କ ଓକିଲ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ କରିବାକୁ ୧ଲକ୍ଷ ୩୦ ହଜାର ଡଲାରର ‘ହସ୍ ମନି’ ଦେଇଥିଲେ । ‘ହସ୍ ମନି’ ଅର୍ଥାତ ଲଜ୍ଜାକର କଥା ପ୍ରଘଟ ନକରିବାକୁ ଦିଆଯାଉଥିବା ଅର୍ଥ । ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ, ଜଣେ ପର୍ଣ୍ଣ ଷ୍ଟାରକୁ ହସି ମନ୍ ଦେଇଥିବା ନେଇ ଅଭିଯୋଗ ପରେ ଗ୍ରାଣ୍ଡ ଜୁରୀ ଏହାର ତଦନ୍ତ କରୁଥିଲେ । ନ୍ୟୁୟର୍କ ଟାଇମ୍ସ ମୁତାବକ ଟ୍ରମ୍ପଙ୍କ ଆତ୍ମସମର୍ପଣ ପରେ କଣ ହେବ ।

ଟ୍ରମ୍ପ କରିବେ ଆତ୍ମସମର୍ପଣ !

– ଟ୍ରମ୍ପଙ୍କ ବିରୋଧରେ କୋର୍ଟରେ ଡକ୍ୟୁମେଂଟ ଉପସ୍ଥାପନ କରାଯାଇଛି
– କେଉଁ ଅଭିଯୋଗ ରହିଛି ତାହା ସ୍ପଷ୍ଟ ଭାବରେ ଲେଖାଅଛି
– କେଉଁ ଆଇନର ଉଲ୍ଲଙ୍ଘନ କରିଛନ୍ତି ତାହା ଉଲ୍ଲେଖ ରହିଛି
– ଆତ୍ମସମର୍ପଣ ପରେ ଟ୍ରମ୍ପଙ୍କ ସହ ଆଇନ ଅନୁଯାୟୀ ପ୍ରକ୍ରୀୟା କରାଯିବ
– ରେକର୍ଡ ପାଇଁ ତାଙ୍କ ଫଟୋ ଓ ଟିପ ଚିହ୍ନ ବି ନିଆଯିବ
– ଟ୍ରମ୍ପଙ୍କୁ ହାତକଡି ପିନ୍ଧା ଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ
– ଆତ୍ମସମର୍ପଣ ପାଇଁ କୋର୍ଟ ଯିବା ପର୍ଯ୍ୟନ୍ତ ୟୁଏସ ସିକ୍ରେଟ ସର୍ଭିସର ସୁରକ୍ଷାକର୍ମୀ ରହିବେ
– ମାମଲାରେ ରାୟ ଆସିବା ପାଇଁ କିଛି ମାସ ସମୟ ଲାଗିପାରେ
– ଅପରାଧିକ ମାମଲା ଲଗାଇ ମୋକଦ୍ଦମା କରିବାକୁ ଗ୍ରାଣ୍ଡ ଜୁରୀ ନିଷ୍ପତି ନେଇଛନ୍ତି