ଚନ୍ଦ୍ରକୁ ଯିବେ ପ୍ରଥମ ମହିଳା ମହାକାଶଚାରୀ : ଓରିଅନ ସ୍ପେଶକ୍ରାଫ୍ଟରେ ଚନ୍ଦ୍ର ଅଭିଯାନ କରିବେ ଖ୍ରୀଷ୍ଟିନା କୋଚ୍

118

କନକ ବ୍ୟୁରୋ : ଚନ୍ଦ୍ରକୁ ଯିବେ ପ୍ରଥମ ମହିଳା ମହାକାଶଚାରୀ । ଏନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଖୁବଶୀଘ୍ର ଚନ୍ଦ୍ରକୁ ଆଉ ଏକ ଅଭିଯାନରେ ଯାଉଛନ୍ତି ୪ ଜଣ ମହାକାଶଚାରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଖ୍ରୀଷ୍ଟିନା କୋଚ୍ । ପ୍ରଥମ ମହିଳା ମହାକାଶଚାରୀ ଭାବେ ଖ୍ରୀଷ୍ଟିନା ଚନ୍ଦ୍ରକୁ ଯାଉଛନ୍ତି । ଓରିଅନ ସ୍ପେଶକ୍ରାଫ୍ଟରେ ସେମାନେ ଏହି ଚନ୍ଦ୍ର ଅଭିଯାନ କରିବେ ।

ମହାକାଶଚାରୀ ଖ୍ରୀଷ୍ଟିନା ୨୦୧୩ରେ ନାସାରେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମଧ୍ୟ ସେ ପୂର୍ବରୁ କାମ କରିସାରିଛନ୍ତି । ଏହାସହ ମହାକାଶରେ ୩୨୮ ଦିନ କାଟିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ଆପୋଲୋ ମିଶନ ପରେ ଏହା ଚନ୍ଦ୍ରକୁ ମଣିଷର ଦ୍ୱିତୀୟ ଅଭିଯାନ ହେବ । ୧୯୭୨ରେ ଆପୋଲୋ ମିଶନ କରାଯାଇଥିଲା ।