କନକ ବ୍ୟୁରୋ : କମୁଛି ସଚେତନତା ବଢୁଛି ଜରିମାନା ଆଦାୟ । ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ଏବେବି ବଢୁଛି ଜରିମାନା ଆଦାୟ । ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ଠାରୁ ୨୦୧୭ରେ କଟକ କମିଶନରେଟ ପୁଲିସ ଆଦାୟ କରିଛି ପ୍ରାୟ ୧କୋଟି ୫୦ଲକ୍ଷ ଟଙ୍କା । ତେବେ ଏହା ୨୦୧୬ତୁଳନାରେ ଅଧିକ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୬ରେ ୧ଲକ୍ଷ ୫୩୩ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ପୁଲିସ ଆଦାୟ କରିଥିଲା ୧କୋଟି ୫୦ଲକ୍ଷ ୭୯ହଜାର ୨ଶହ ଟଙ୍କା । ସେହିପରି ୨୦୧୭ରେ ୧ଲକ୍ଷ ୪ହଜାର ୬୮ଜଣ ଖିଲାପକାରୀଙ୍କ ଠାରୁ ଆଦାୟ କରାଯାଇଥିଲା ୧କୋଟି ୬୪ଲକ୍ଷ ୭୮ହଜାର ଟଙ୍କା ।
ବର୍ଷ ନିୟମ ଉଲ୍ଲଙ୍ଘନକାରୀ ଆଦାୟ ରାଶି
୨୦୧୬ ୧୦୦,୫୩୩ ୧୫୦୭୯୨୦୦
୨୦୧୭ ୧୦୪,୦୬୮ ୧୬୪୭୮୦୦୦
ଟ୍ରାଫିକ ପୁଲିସ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରାଉଛି । ଅପରପକ୍ଷରେ ଏମିତି ନିୟମଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆଗାମୀ ଦିନରେ ଗାଡି ନିର୍ମାତା କଂପାନୀଗୁଡିକ ଗାଡି ବିକିବା ସମୟରେ ଗ୍ରାହକକୁ ହେଲମେଟ ଦେବା ବାଧ୍ୟତାମୂଳକ କରାଯିବା ନେଇ ନିୟମ କରିବାକୁ ଟ୍ରାଫିକ ପୋଲିସ ଯୋଜନା ରଖିଥିବା କଟକ ଟ୍ରାଫିକ ଏସସିପି କହିଛନ୍ତି ।