ପର୍ଯ୍ୟଟନ ଋତୁରେ ଗହଳି: ଅଟ୍ରି ଉଷ୍ଣପ୍ରସବଣରେ ପର୍ଯ୍ୟଟକଙ୍କ ଲାଗିଛି ଭିଡ

410

କନକ ବ୍ୟୁରୋ: ପର୍ଯ୍ୟଟନ ଋତୁରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ଅନ୍ୟସ୍ଥାନ ଭଳି ଖୋର୍ଦ୍ଧାରେ ଥିବା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ଗହଳି ଲାଗିଛି । ବର୍ଷ ସାରା ଏହିି ଅଂଚଳରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲେ ବି ମକର ମେଳା ଆସୁଥିବାରୁ ଏବେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି । ଏଠାରେ ରହିଛି ବହୁ ପରୁଣା ପରମ୍ପରା । ଯେଉଁଠି ଗୁଆ ଖୋଜିଥାନ୍ତି ଭକ୍ତ ମାନେ । ଲୋକଙ୍କ ବିଶ୍ୱାସ ଏଠାରେ ଯୋଡି ହୋଇ ରହିଛି କିଛି ଆଧ୍ୟାତ୍ମିକ କଥା । ଏଠାରେ ରହିଛି ଆରାଧ୍ୟ ଦେବତା ବାବା ହଟକେଶ୍ୱରଙ୍କ ମନ୍ଦିର । ଆଉ ଏଠାରେ ଥିବା ଉଷ୍ଣପ୍ରସବଣ କ୍ଷେତ୍ରକୁ କୁଆ କୁଣ୍ଡ ବୋଲି କୁହାଯାଇଥାଏ । ଯେଉଁଠି ପାଣି ସର୍ବଦା ୫୫ଡିଗ୍ରୀ ଉପରେ ରହିଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡର ପାଣିରେ ସ୍ନାନ କରିଲେ ସମସ୍ତ ଚର୍ମ ରୋଗ ଭଲ ହୋଇଯାଏ । ଆଉ ଏହି କୁଣ୍ଡର ପାଣିକୁ ସେବନ କରିଲେ ସମସ୍ତ ପେଟ ରୋଗ ମଧ୍ୟ ଭଲ ହୋଇଯିବାର ବିଶ୍ୱାସ ରହିଛି । କେବଳ ଯେ ପର୍ଯ୍ୟଟନ ଋତୁ ନୁହେଁ ସବୁ ଦିନ ଏହି ସ୍ଥାନରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଚାଲି ଆସନ୍ତି ବୁଲିବାକୁ । ଆଉ କିଛି ଶ୍ରଦ୍ଧାଳୁ ଆସନ୍ତି ଗୁଆ ବସାଇବାକୁ । ଏଠି ଯାହାବି ମାନସିକ କରିଲେ ସମସ୍ତ ମାନସିକ ପୂରଣ ହୋଇଥାଏ । ପ୍ରତିଦିନ ଏଠାରେ ଲୋକଙ୍କ ଭିଡ ଲାଗିଥାଏ । ହେଲେ ସମସ୍ତ ପ୍ରକାରର ଅବ୍ୟବସ୍ଥା ଭିତରେ ରହିଛି ଏହି ସ୍ଥାନ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।