ଧର୍ମେନ୍ଦ୍ର ଉଠାଇଲେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ। କହିଲେ, ହତ୍ୟା ପଛରେ ଶାସକ ଦଳର ବିଧାୟକ।

129

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ପୁଣି ଉଠାଇଲେ ଧର୍ମେନ୍ଦ୍ର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଲେ ଟାର୍ଗେଟ୍୍ । କହିଲେ, ହତ୍ୟା ପଛରେ ଶାସକ ଦଳର ବିଧାୟକ । ଅବସର ଥିଲା, ବିଜେପିର ସାଧାରଣ ସଭା । ବିଶାଳରାଲି କରି ନିଶ୍ଚିତକୋଇଲି ସଭା ମଞ୍ଚକୁ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳର ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ସଭାରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବା ପରେ ପଡ଼ିଥିଲା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାର ପାଳି । ଏଥିରେ ମାହାଙ୍ଗା ଡର୍ବଲ ମର୍ଡର ପ୍ରସଙ୍ଗ ଉଠାଇ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ କରି ସେ କହିଥିଲେ- ଶାସକ ଦଳର ସ୍ଥାନୀୟ ବିଧାୟକ ଏହି ହତ୍ୟାକାଣ୍ଡ କରାଯାଇଥିଲେ ।

ଏପଟେ ବିଜେଡି ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଧାୟକ ପ୍ରତାପ ଜେନା । ଦୀର୍ଘ ୨୫ ବର୍ଷ ଧରି କେମିତି ବିଜେଡି ସରକାର ମହାଙ୍ଗାର ଉନ୍ନତି କରିଛନ୍ତି, ତାର ବିବରଣୀ ରଖିଥିଲେ । ଆଗକୁ ଏହି ଉନ୍ନତି ପ୍ରକ୍ରିୟା ଜାରି ରଖିବା ପାଇଁ ବିଜେଡି ଦଳର ନେତା ଓ କର୍ମୀଙ୍କୁ ସଙ୍କଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏସବୁ ଭିତରେ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ଅଭିଯୋଗର ଜବାବ ରଖିଥିଲା ବିଜେଡି ।

ଏହାରି ଭିତରେ ବଢ଼ିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିପାରେ ଅଡୁଆ । ପ୍ରତାପ ଜେନାଙ୍କ ନାଁରେ ଫାଇନାଲ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ୧୨ ତାରିଖ ସୁଦ୍ଧା ପିଟିସନ୍ ଦାଖଲ ପାଇଁ ଅନୁମତି ଦେଇଛନ୍ତି । ଗତ ଡିସେମ୍ବର ୯ ତାରିଖରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ମାହାଙ୍ଗା ଡବଲ ମର୍ଡର ମାମଲାର ଏତଲାକାରୀ ରମାକାନ୍ତ ବରାଳଙ୍କ ମୃତ୍ୟୁ ହୋଇଥିଲା । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତ ପ୍ରୋଟେଷ୍ଟ ପିଟସନ୍ ଦାଖଲ ପାଇଁ ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡିଥିଲେ ।