ଆଜି ବ୍ରୋଂଜ ପାଇଁ ଖେଳିବେ ସିନ୍ଧୁ । ଚୀନର ବିଙ୍ଗ ଜିଆଓଙ୍କ ସହ ହେବ ମୁକାବିଲା

89

କନକ ବ୍ୟୁରୋ : ଆଜି ବ୍ରୋଂଜ ପଦକ ପାଇଁ ଖେଳିବେ ପି.ଭି ସିନ୍ଧୁ । ଆଜି ସିନ୍ଧୁ ଚୀନର ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିବେ ।
ଗତକାଲି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଜାଇନିଜ୍ ତାଇପେଇ ତାଇ ଜୁ ୟୁଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ । ଗତ ରିଓ ଅଲିମ୍ପିକ୍ସରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ହାତ ଛଡା କରିଥିବା ସିନ୍ଧୁ ଟୋକିଓରୁ ସ୍ୱର୍ଣ୍ଣ ପଦକ ହାସଲ କରିବେ ବୋଲି ଆଶା କରାଯାଉଥିଲା । ହେଲେ ସେମିଫାଇନାଲରେ ପରାସ୍ତ ହେବା ପରେ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ।