ରାଜ୍ୟରେ କରୋନା ସଂକ୍ରମଣର ନିମ୍ନଗତି । ପ୍ରଥମ ଥର ପାଇଁ ୨ ପ୍ରତିଶତ ତଳକୁ ଖସିଲା ପଜିଟିଭ ହାର

123

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣର ନିମ୍ନଗତି । ପ୍ରଥମ ଥର ପାଇଁ ୨ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର । ପଜିଟିଭ ହାର ରହିଛି ୧ ଦଶମିକ ୯୨ ପ୍ରତିଶତ । ପରୀକ୍ଷା ହୋଇଛି ୭୪ ହଜାର ୭୩୫ ନମୁନା ।
ଗତ ୨୪ ଘଣ୍ଟାରରେ ରାଜ୍ୟରେ ୧ହଜାର ୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୩୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୦୫ଜଣ । ଖୋର୍ଦ୍ଧାରୁ ୪୦୯, କଟକରୁ ୧୯୦, ପୁରୀରୁ ୧୪୬, ଜଗତସିଂହପୁର ୮୬, ଯାଜପୁରରୁ ୬୬, ବାଲେଶ୍ୱରରୁ ୬୪, ଅନୁଗୁଳ, ଭଦ୍ରକରୁ ୪୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ ରହିଛି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୬ ହଜାର ୮୨୮ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫ ହଜାର ୮୫୮ଜଣ । ଆଜି ୬୪ ମୃତ୍ୟୁର ହିସାବ ଦେଲେ ସରକାର ।
ତେବେ କରୋନା ସଂକ୍ରମଣ କମୁଥିବା ବେଳେ ଆଜିଠାରୁ କଟକଣାକୁ କୋହଳ କରାଯାଇଛି । ରାତି ୮ଟା ଯାଏଁ ଦୋକାନ ବଜାର ଖୋଲାଯିବାକୁ ଅନୁମତି ଦିଆଯାଇଛି । ମଲ, ସିନେମା ହଲ ମଧ୍ୟ ଖୋଲିଛି । କିନ୍ତୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ଯଦି ଲୋକେ ସଚେତନ ନରହିବେ ତେବେ କରୋନା ସଂକ୍ରମଣ ପୁଣି ନବଢିବ ବୋଲି ତାହା କହି ହେବନି । ତେଣୁ କଟକଣା କୋହଳ ହୋଇଥିଲେ ବି ଲୋକେ ସଚେତନ ରହିବା ନିହାତି ଆବଶ୍ୟକ ।