ଆଜି ବାଂଲାଦେଶ – ଭାରତ ଦ୍ୱିପାକ୍ଷିକ ଆଲୋଚନା । ଦିନ ୧୧ଟା ବେଳେ ହସିନା- ମୋଦିଙ୍କର ହେବ ସାକ୍ଷାତ୍ , ୭ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବା ସମ୍ଭାବନା

119

କନକ ବ୍ୟୁରୋ : ଭାରତ ଓ ପଶ୍ଚିମ ବଙ୍ଗ ମଧ୍ୟରେ ପ୍ରାୟ ୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାକୁ ଯାଉଛି । ଆଜି ଦୁଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟରେ ହେବାକୁ ଥିବା ବୈଠକରେ ଏହାର ଚୂଡାନ୍ତ ରୂପ ଦିଆଯିବ । ଏହା ସହ ନରେନ୍ଦ୍ର ମୋଦି ଓ ଶେଖ୍ ହସିନା ତିନିଟି ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦୁଇ ଦେଶ ମଧ୍ୟରେ ଗମନାଗମନ, ଯୋଗାଯୋଗ, ଦକ୍ଷତାବୃଦ୍ଧି କ୍ଷେତ୍ରରେ ବହୁ ଚୂକ୍ତି ହେବା ସମ୍ଭାବନା ରହଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗୁରୁବାର ଚାରିଦିଆ ଭାରତ ଗସ୍ତରେ ଆସିଛନ୍ତି ।

source : google

ପ୍ରତିନିଧି ମଣ୍ଡଳୀୟ ଆଲୋଚନାରେ ତିସ୍ତା ଜଳ ବଂଟନ ଓ ରୋହିଙ୍ଗା ସମସ୍ୟା ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ ହେବ । ତେବେ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧିକୁ ଜୋର ଦିଆଯିବ ବୋଲି ସୂଚନା ମିଳିଛି । ଆଜି ଶେଖ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ଭେଟିବେ ବୋଲି ଜଣାପଡିଛି ।