ବିଶ୍ୱ ଜଳ ଦିବସରେ ଚିନ୍ତାଜନକ ତଥ୍ୟ: ଅପରିଷ୍କାର ପାଣି ଯୋଗୁଁ ପ୍ରତିଦିନ ୫ ବର୍ଷରୁ କମ୍ ହଜାରେ ଶିଶୁଙ୍କର ଯାଉଛି ଜୀବନ

42

କନକ ବ୍ୟୁରୋ: ଅପରିଷ୍କାର ଜଳ ନେଉଛି ଶିଶୁଙ୍କ ଜୀବନ । ସ୍ୱଚ୍ଛତା ଓ ପରିମଳ ଅଭାବରୁ ଜୀବନ ହରାଉଛନ୍ତି ଶିଶୁ । ଅପରିସ୍କାର ଜଳ ଓ ସ୍ୱଚ୍ଛତା ଏବଂ ପରିମଳ ସେବା ସୁବିଧା ଅଭାବରୁ ପ୍ରତିଦିନ ୫ବର୍ଷରୁ କମ୍ ବୟସର ହଜାରେ ଶିଶୁଙ୍କର ମୃତ୍ୟୁ ହେଉଛି । ଏନେଇସତର୍କ କରାଇଛି ୟୁନିସେଫ । ବଂଚି ରହିବା ପାଇଁ ବିଶୁଦ୍ଧ ଜଳ ଅତ୍ୟାବଶ୍ୟକ ହୋଇଥିବା ବେଳେ ଏବେବି ଅନେକ ସ୍ଥାନରେ ଏହି ସୁବିଧା ପାଇବାରୁ ଲୋକେ ବଂଚିତ ହୋଇଛନ୍ତି । ଅପରିଷ୍କାର ପାଣି ବ୍ୟବହାର କରିବା ଛଡା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଫଳରେ ଏଥିପାଇଁ ପ୍ରତିଦିନ ୫ବର୍ଷରୁ କମ୍ ବୟସର ହଜାରେ ଶିଶୁ ପ୍ରାଣ ହରାଉଛନ୍ତି । ଅପରିଷ୍କାର ପାଣି ପିଇବାରୁ ବଢୁଛି ଜଳ ଜନିତ ରୋଗ । ଏପରି ଅପରିଷ୍କାର ଜଳ ବ୍ୟବହାର କରିବା ଦ୍ୱାରା କୋଲେରା, ଟାଇଫଏଡ, ଓ ହେପାଟାଇଟିସ-ଏରେ ଆକ୍ରାନ୍ତ ହେବାର ଅନେକ ଆଶଙ୍କା ରହିଥିବା ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ୱର ବାୟୁରେ ବିଷ । ଚିନ୍ତା ବଢାଉଛି ଭୁବନେଶ୍ୱର ବାୟୁ ପ୍ରଦୂଷଣ । ବାର୍ଷିକ ବାୟୁ ଗୁଣବତାର ପରିମାପକ ଅର୍ଥାତ ପିଏମ-୧୦, ଯାହାକି ୬୦ରହିବା କଥା ହେଲେ ଏବେ ଏହା ଅଛି ୧୦୧ । ପିଏମ-୨ ଦଶମିକ ୫ ବାର୍ଷିକ କନସନଟ୍ରେସନ ୪୦ ରହିବା କଥା କିନ୍ତୁ ଅଛି ୩୭ । ବିଗତ ୫ବର୍ଷ ହେବ ଏୟାର କ୍ୱାଲିଟି ଇନଡେକ୍ସ ବା ଏକ୍ୱୁଆଇ ପାଖାପାଖି ୧୦୦ ରହୁଛି ଯାହାକି ଏତେମାତ୍ରରେ ବିପଦ ନହେଲେ ବି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ମୁଖ୍ୟତଃ ଯାନବାହାନ ରାସ୍ତାରେ ବଢିବା, ନିର୍ମାଣ କାମ, ଆବର୍ଜନାକୁ ପୋଡି ଦେବା ଭଳି କାରଣ ପାଇଁ ବଢୁଛି ବାୟୁ ପ୍ରଦୂଷଣ ।