ଅର୍ଡର କରିଥିଲେ ଦାମୀ ଆଇଫୋନ୍ । ପ୍ୟାକେଟରୁ ବାହାରିଲା ଦି ଟେଳା ମାଟି

304

କନକ ବ୍ୟୁରୋ: ଅର୍ଡର କରିଥିଲେ ଦାମୀ ଆଇଫୋନ୍ ପ୍ୟାକେଟରୁ ବାହାରିଲା ଦି ଟେଳା ମାଟିଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଅସାନୋଲ ଅଞ୍ଚଳରେ । ଜଣେ ବ୍ୟକ୍ତି ଅନଲାଇନରେ ଦାମୀ ଆଇ ଫୋନ୍ ୪୦ ପ୍ରୋ ମ୍ୟାକ୍ସ ମଗାଇଥିଲେ । ଏଥିପାଇଁ ଅନଲାଇନରେ ୧ ଲକ୍ଷ ୭୦ ହଜାର ଟଙ୍କା ପେମେଣ୍ଟ ମଧ୍ୟ କରିସାରିଥିଲେ । ହେଲେ ଡେଲିଭରୀରେ ଯାହା ପାଇଲେ ସେଥିରେ ତାଙ୍କର ହୋସ୍ ଉଡିଗଲା ।

ଆଇ ଫୋନ୍ ବଦଳରେ ପ୍ୟାକେଟରୁ ମିଳିଲା ଦି ଟେଳା ଚିକିଟା ମାଟି! ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଆସାନୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ସହ । ବ୍ୟକ୍ତି ଜଣଙ୍କର ଅନେକ ଦିନରୁ ଆଇ ଫୋନ୍ କିଣିବକୁ ଇଚ୍ଛା ଥିଲା । ଅନଲାଇନରେ ଏନେଇ ସର୍ଚ୍ଚ କରିଥିଲେ । ଉଚିତ ଅର୍ଥ ଠାରୁ ଭଲ ଅଫର ଥିଲା । ତେଣୁ ସେ ଅନଲାଇନ୍ ଅର୍ଡର କରିଥିଲେ । ଏଥିପାଇଁ ସେ ଅନଲାଇନ୍ ପେମେଣ୍ଟ ମଧ୍ୟ କରିସାରିଥିଲେ । ନିର୍ଦ୍ଧାରିତ ସମୟରେ ପାର୍ସଲ ଆଣି ଡେଲିଭରି ବୟ ଦେଇଥିଲା । ଦାମୀ ଜିନିଷ ହୋଇଥିବାରୁ ଟିକେ ବୁଦ୍ଧି ଖଟାଇ ଡେଲିଭରୀ ବୟ ଆଗରେ ପାର୍ସଲ ଖୋଲିଥିଲେ । ହେଲେ ଫୋନଟି ଠିକ ଭାବେ ପ୍ୟାକେଜିଂ ହୋଇନଥିବା ଦେଖିବା ପରେ ଏନେଇ ପ୍ରଶ୍ନ କରିଥିଲେ । ଏହାର ବିଲ ମଧ୍ୟ ଠିକ୍ ସ୍ଥାନରେ ନଥିବାରୁ ତାଙ୍କର ସନ୍ଦେହ ଘନୀଭୂତ ହୋଇଥିଲା । ହେଲେ କଥା ବୁଲାଇଦେଇ କହିଥିଲା ଡେଲିଭରୀ ବୟ ।

ଜଣେ ପଡୋଶୀଙ୍କୁ ଡାକି ପାର୍ସଲ ଖୋଲିବାର ଭିଡିଓ ସୁଟ କରିବାକୁ କହିଥିଲେ । ପ୍ୟାକେଟ୍ ଖୋଲିବା ପରେ ସେଠାରେ ଥିବା ସବୁ ଲୋକ ମୁଣ୍ଡରେ ହାତ ଦେଇଥିଲେ । ପ୍ୟାକେଟ ଭିତରେ ଦାମୀ ଆଇଫୋନ୍ ନଥିଲା ଥିଲା ଦି ଟେଳା ଚିକିଟା ମାଟି ।

ପାର୍ସଲ ଖୋଲିବା ପରେ ଡରିଯାଇଥିଲା ଡେଲିଭରୀ ବୟ । ପାର୍ସଲ ଫେରସ୍ତ ନେବାକୁ କହିବା ସହ ପେମେଣ୍ଟ ଫେରସ୍ତ କରିବାକୁ ଚେଷ୍ଟା କରୁଛି ବୋଲି କହିଥିଲା । ହେଲେ ଛାଡିନଥିଲେ ଗ୍ରାହକ ଓ ତାଙ୍କ ସମ୍ପର୍କୀୟ । ପୋଲିସ ଡାକି ପୁରା ଘଟଣା କହିବା ପରେ ଡେଲିଭରୀ ବୟକୁ ବାନ୍ଧି ନେଇଛି ପୁଲିସ । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏପରି ଘଟଣା ବାରମ୍ବାର ଘଟୁଥିଲେ ବି ଚେତୁନାହାଁନ୍ତି ଗ୍ରାହକ । ଗ୍ରାହକ ଜଣକ ଅନଲାଇନ୍ କମ୍ପାନୀର ନାଁ ସେ ପ୍ରକାଶ କରିନଥିଲେ ବି ଅନଲାଇନ୍ ଡେଲିଭରୀ ଗ୍ରହଣ କରିବା ସମୟରେ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ।