ଏବେ ସୁରକ୍ଷା ଦେବ ଆପ୍ ! ବିପଦପୂର୍ଣ୍ଣ ସେଲଫି ନେବାବେଳେ କରିବ ସଚେତନ

45

ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢିବା ସହ ବଢିଚାଲିଛି ଲୋକଙ୍କ ମଧ୍ୟରେ ସେଲଫିର ନିଶା । ଏଭଳିକି ବିପଦପୂର୍ଣ୍ଣ ସ୍ଥାନରେ ରହି ସେଲଫି ନେଉଛନ୍ତି ସମସ୍ତେ । ଏଥିନେଇ ଅନେକ ଦୁର୍ଘଟଣା ପ୍ରତିଦିନର ଖବର ପାଲଟୁଛି । ତଥାପି କେହି ସଚେତନ ହେଉନାହାଁନ୍ତି । ଏହା ବଦଳରେ କିଏ କେତେ ଆଶ୍ଚର୍ଯ୍ୟକର ସେଲଫି ନେଉଛି । ଆଉ ସୋସିଆଲ ମିଡିଆରେ ପୋଷ୍ଟ କରୁଛି, ଏହାର ପ୍ରତିଯୋଗିତା ବି ଚାଲୁଛି ।

ଏବେ ଏମିତି ଏକ ଆପ୍ ବିକଶିତ ହୋଇଛି , ଯାହାକି ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ଦୁର୍ଘଟଣାରୁ ସୁରକ୍ଷା ଦେବ । ବ୍ୟବହାରକାରୀଙ୍କୁ ବିପଦପୂର୍ଣ୍ଣ ସେଲ୍ଫିରୁ ରୋକି ପାରିବ । ଏହି ଆପର ନାମ “ସେଫ୍ଟି” ରଖାଯାଇଛି । ଏହି ଆପ ପୂର୍ଣ୍ଣରୁପେ ମାଗଣା ପାଇପାରିବେ । ଏହା ଇନ୍ଦ୍ରପ୍ରସ୍ଥ ଇଂଷ୍ଟିଟ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜି, ଦିଲ୍ଲୀ(ଆଇଆଇଆଇଟି-ଡି)ର ଛାତ୍ରଙ୍କୁ ବିକାଶ କରାଯାଇଛି । ଏହି ବର୍ଷ ଏହି ଆପ ଗୁଗଲ ପ୍ଲେ ଷ୍ଟୋରରେ ଅପଲୋଡ କରାଯାଇଛି ।

ଏହି ଆପ୍ ଦୁର୍ଘଟଣା ସ୍ଥାନର ଲୋକେସନ ଏବଂ ଫଟୋରେ ଆସୁଥିବା ବସ୍ତୁକୁ ଆପେ ଆପେ ପରୀକ୍ଷା କରିଥାଏ । ଏହି ଆପ ମେସେଜ ଜରିଆରେ ସେଲ୍ଫି ନେବା ପାଇଁ ରୋକିଥାଏ । ଏହାପୂର୍ବରୁ ଗତବର୍ଷରେ ଆଇଆଇଟି-ଡିର ଅଧ୍ୟକ୍ଷ ଏବଂ ‘କିଲର ସେଲ୍ଫି’ସଂଗଠନ ପକ୍ଷରୁ ପୋନୁରଂଗମ କୁମାରଗୁରୁ ଅନ୍ୟ ରିସର୍ଚରଙ୍କ ସହ ମିଶି ସେଲ୍ଫି କାରଣରୁ ହେଉଥିବା ମୃତ୍ୟୁ ଉପରେ ଅଧ୍ୟୟନ କରିଥିଲେ ।

ଏଠାରେ କହି ରଖୁଛୁ ଯେ ସେହି ଟିମରୁ ୨୦୧୪ରୁ ୨୦୧୬ମଧ୍ୟରେ ଏହାସହ ଜଡିତ ତଥ୍ୟର ଅଧ୍ୟୟନ କରିଥିଲେ । ସେଲ୍ଫି ସହ ଜଡିତ ୧୨୭ଟି ମୃତ୍ୟୁ ମଧ୍ୟରୁ ହାରାହାରି ୭୬ଜଣ କେବଳ ଭାରତୀୟ ଥିଲେ । ଏହାକୁ ନଜରରେ ରଖି କୁମାର ଗୁରୁ କହିଛନ୍ତି, ‘ଏହି ମାମଲାରେ ଗ୍ରୁପ ସେଲ୍ଫି ସହ ଜଡ଼ିତ ଦୁର୍ଘଟଣା ଅଧିକତଃ ଭାରତରୁ ଥିଲେ ।’

( ସୌଜନ୍ୟ-ନବଭାରତ ଟାଇମ୍ସ)