କଅଁଳ ବୟସରେ ଜୀବନ ଜୀଇଁବାର ସଂଘର୍ଷ । ନାହିଁ ପରିବାର, ମିଳୁନି ଆଶ୍ରା, ବେସାହାରା ହୋଇ ବୁଲୁଛନ୍ତି ସୁବର୍ଣ୍ଣପୁର କଳାପଥର ଗାଁର ଦୁଇ ଭାଇ

388

କନକ ବ୍ୟୁରୋ : କୋମଳ ବୟସରେ ଅସହାୟ ଦୁଇ ନିଷ୍ପାପ ପିଲା । ନାଁ ଅଛି ଘର ନାଁ ଅଛି ପରିବାର । ବେସାହାରା ହୋଇ ବୁଲୁଥିବା ବେଳେ ଭଗବାନ ଭରସାରେ ରହିଛନ୍ତି ଦୁଇ ଭାଇ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁର ଦୁଇ ଭାଇ ହେମନ୍ତ ଓ ସୁମନ୍ତ କ୍ଷେତି । ଜଣଙ୍କର ବୟସ ୧୩ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୧୧ ବର୍ଷର । ବାପା ମା ଛାଡି ଚାଲିଯାଇଛନ୍ତି । କେତେବେଳେ ବୃଦ୍ଧା ପିଉସୀ ପାଖରେ ତ ଆଉ କେତେବେଳେ ଆଈ ମାଆ ପାଖରେ ରହୁଛନ୍ତି । ମୁଠାଏ ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିବାବେଳେ ଆଗକୁ କିଭଳି ଜୀବନ ଜୀଇଁବେ ସେ ନେଇ ବଢୁଛି ଚିନ୍ତା । ଏନେଇ କିଛି ସାହାଯ୍ୟ ମାଗିଛନ୍ତି ଏହି ଦୁଇ ଭାଇ ।

ଭୋକର ଦାଉରେ ବିକଳ ଦୁଇ ନାବାଳକ । କେତେବେଳ ମୁଠାଏ ମିଳିଲେ ଖାଉଛନ୍ତି । ଆଉ କେବେ ଭୋକ ଉପାସରେ ରହୁଚନ୍ତି । ଏହି ଅସହାୟଙ୍କ ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ସମସ୍ୟା ନା କିଏ ଶୁଣୁଛି ନା ସମାଧାନ କରୁଛି । ଏମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବା ବେଳେ ପାଠ ପଢାରେ ଡୋରୀ ବନ୍ଧା ହୋଇଛି । କିଛି ସାହାଯ୍ୟ ସହଯୋଗ କରିଲେ ପିଲାମାନେ ରହିବା ସହ ପାଠ ଦୁଇ ଅକ୍ଷର ପଢିପାରିବେ । ସେପଟେ ଖୁବଶୀଘ୍ର କିଛି ସାହାଯ୍ୟ ସହଯୋଗର ମିଳିଛି ପ୍ରତିଶ୍ରୁତି ।

ଅସହାୟ ହୋଇ ପଡିଥିବା ହେମନ୍ତ ଓ ସୁମନ୍ତଙ୍କୁ ସାହାଯ୍ୟ କରାଯାଇପାରିଲେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବା ସହ ପାଠ ପଢା ପୁଣିଥରେ ଆରମ୍ଭ କରିପାରିବେ ଏହି ଦୁଇ ପିଲା ।