ଭାରତର ସବୁ ରାଜ୍ୟରେ ଆସିବ ଓମିକ୍ରନର ଲହର । ସତର୍କ କରାଇଲେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକ

158

କନକ ବ୍ୟୁରୋ : କୌଣସି ବି ରାଜ୍ୟ ଓମିକ୍ରନର ପ୍ରଭାବରୁ ବର୍ତିପାରିବେ ନାହିଁ । ଭାରତର କରୋନା ସଂଖ୍ୟାକୁ ବିଶ୍ଳେଷଣ କରୁଥିବା କେମ୍ବ୍ରିଜ ପ୍ରଫେସର୍ ଏଭଳି ବୟାନ ଦେଇଛନ୍ତି । ଆଗକୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହି ଆକଳନ କେତେ ଲୋକଙ୍କୁ ଓମିକ୍ରନ ସଂକ୍ରମିତ କରିବ, ସେନେଇ ସମସ୍ତଙ୍କୁ ଆଶଙ୍କା ଭିତରକୁ ଠେଲିଦେଲାଣି ।
୧୫ଟି ରାଜ୍ୟରେ ଏବେ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଲାଣି । ବିହାର, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ୧୨ ରାଜ୍ୟରେ ଆର୍-ଭାଲ୍ୟୁ ୧.୨ ଅତିକ୍ରମ କରିସାରିଲାଣି । ଏପରିକି କିଛି ରାଜ୍ୟରେ ସଂକ୍ରମଣ ଦୁଇଗୁଣାରୁ ଅଧିକ ହୋଇସାରିଲାଣି । ଦେଶରେ ଏବେ କରୋନାର ଯେଉଁ ସଂଖ୍ୟା ଦେଖିବାକୁ ମିଳୁଛି, ତାହା ଓମିକ୍ରନର ଲହର୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ବଡ କଥା ହେଉଛି, ଓମିକ୍ରନ ଯେତେ ଜଲଦି ପୁରା ବିଶ୍ୱରେ ବ୍ୟାପିବ, ସେତେ ଜଲଦି କରୋନା ପାଣ୍ଡେମିକ ଅର୍ଥାତ୍ ମହାମାରୀ ହୋଇ ଆଉ ରହିବ ନାହିଁ । ଏହା ଏଣ୍ଡେମିକରେ ପରିଣତ ହୋଇଯିବ । ଜାତୀୟ ଏବଂ ରାଜ୍ୟ ସ୍ତରରେ ଉପଲବ୍ଧ ଥିବା ସମସ୍ତ ତଥ୍ୟକୁ ବିଶ୍ଳେଷଣ କରି କେମ୍ବ୍ରିଜ ବିଶେଷଜ୍ଞ ଏହି ମତ ଦେଇଛନ୍ତି । ଡିସେମ୍ବର ୨୫ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ପ୍ରତିଦିନ ବଢୁଥିବା କରୋନା ସଂଖ୍ୟାର ହାର ଏକ ଚିନ୍ତାଜନକ ଦିଗ ସମସ୍ତଙ୍କ ସାମ୍ନାକୁ ନେଇ ଆସିଛି । ଯାହା ଦର୍ଶାଉଛି, ପ୍ରତିଦିନ ଅଧିକରୁ ଅଧିକ କେସ୍ ଦେଶରେ ଚିହ୍ନଟ ହେଉଛି । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କରୋନା ସଂକ୍ରମଣର ସଂଖ୍ୟା ଏହି ଦିଗକୁ ସାମ୍ନାକୁ ଆଣିସାରିଛି ।