ଆଜିଠୁ ଆରମ୍ଭ ହେଲା କିଶୋରଙ୍କ ଟିକାଦାନ: ୧୫ରୁ ୧୮ ବର୍ଷର ପିଲାଙ୍କୁ ‘କୋଭାକ୍ସିନ’ ଟିକା ପ୍ରଦାନ

109

କନକ ବ୍ୟୁରୋ: ଆଜି ଠାରୁ ସାରାଦେଶରେ ଆରମ୍ଭ ହୋଇଛି କିଶୋରଙ୍କୁ ଟିକାଦାନ । ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଇଛି କରୋନା ଟିକା । ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାହ ।

ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଲାଣି । କରୋନାର ନୂଆ ପ୍ରଜାତି ଓମିକ୍ରନ ମଧ୍ୟ ଧିେରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର  ସରକାର ୧୫-୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟୀକା ଦେବାକୁ ନିଷ୍ପତି ନେଇଛନ୍ତି । ସୋମବାର ଠାରୁ ସାରା ଦେଶରେ ୧୫-୧୮ ବର୍ଷ ବୟସ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଛି । ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ ବ୍ୟବସ୍ଥା ହୋଇଛି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଚାଇଲ୍ଡ ଭ୍ୟାକ୍ସିନେସନ ପ୍ରୋଗ୍ରାମରେ ୧୬ ଲକ୍ଷ ପିଲା ଟୀକା ନେଇଥିବା ଜଣାପଡିଛି । ସମସ୍ତଙ୍କୁ କରୋନାର କୋଭାସ୍କିନ ଟୀକା ଦିଆଯାିଇଛି ।

ଦେଶବ୍ୟାପି ଆରମ୍ଭ ହୋଇଥିବା ଏହି ଟିକାକରଣକୁ ନେଇ କିଶୋର କିଶୋରୀ ଖୁବ ଉତ୍ସାହିତ ଥିବା ଦେଖଇବାକୁ ମିଳିଛି । ଦିଲ୍ଲୀ, ହରିଆଣା, ରାଜସ୍ଥାନ, ଚେନ୍ନାଇ, ମୁମ୍ବାଇ ଆଦି ସମସ୍ତ ଛୋଟ ବଡ ସହରରେ ଟିକାକରଣ ଆରମ୍ଭ ହୋଇଛି । ଟିକା ନେବା ପାଇଁ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ନିଜେ ଟିକାକରଣ କେନ୍ଦ୍ରରେ ପହଂଚିଥିବା ଦେଖିବାକୁ ମିଳିଛି । ରାଜ୍ୟସଭା ବାଚସ୍ପତି ଓମ ବିର୍ଲା ଟୀକାକରଣ କେନ୍ଦ୍ରରେ ପହଂଚି ଟିକା ନେଇଥିବା ଜଣେ କିଶୋରଙ୍କୁ ଫୁଲ ତୋଡା ଏବଂ ଚକଲେଟ ଦେଇଛନ୍ତି । ଅନ୍ୟପଟେ ସଂକ୍ରମଣକୁ ରୋକିବା ପାଇଁ କରେନା ଟୀକା ନେବା ଓ ସହ କରୋନା ନିୟମକୁ ମାନି ଚଳିବାକୁ ହେବ ବୋଲି ଡାକ୍ତର କହିଛନ୍ତି ।

ସାରା ଦେଶରେ ଜୋର୍ ସୋରରେ ଚାଲିଛି କିଶୋରଙ୍କ ଟିକାକରଣ । ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ଥିବା ୧୫ ରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋରଙ୍କ ପ୍ରଥମ ଡୋଜ୍ ଟିକାକରଣ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ।