ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଘାରିଲା କରୋନା ଆତଙ୍କ: ଫିଲ୍ମ ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା 

134

କନକ ବ୍ୟୁରୋ: ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧିରେଧିରେ ଉପରମୁହାଁ ହେବାରେ ଲାଗିଛି । ଆଉ ଏହାର ସିଧା ପ୍ରଭାବ ପଡିଛି ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ । ଓମିକ୍ରନ୍ ପାଇଁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅନେକ ବଡ ବଜେଟ୍, ବିଗ୍ ବ୍ୟାନର ଫିଲ୍ମର ରିଲିଜ୍ ତାରିଖକୁ ଘୁଂଚାଯାଉଛି । ଏହି ତାଲିକାରେ ରହିଛି ରାଜାମୌଳିଙ୍କ ବହୁ ପ୍ରତିକ୍ଷୀତ

ଫିଲ୍ମ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ଥିଲା । ରିଲିଜ ପାଇଁ ପୁରା ପ୍ରସ୍ତୁତ ଥିଲା । ହେଲେ କରୋନାର ନୁଆ ଭାରିଆଂଟ ଓମିକ୍ରନ ସବୁକିଛି ବଦଳେଇଦେଲା । ସ୍ଥଗିତ ରହିଲା ହାଇ ବଜେଟ ସିନେମାର ରିଲିଜ୍ । ଏହି ଧାଡିରେ ବଡ ବଡ ଷ୍ଟାରସଙ୍କ ଚଳଚିତ୍ର ରହିଛି । ବଡ ପରଦାକୁ ଆସିବା ପାଇଁ ପ୍ରସ୍ତୁତ ରହିଥିଲା ସାହିଦ କପୁରଙ୍କ ସ୍ପୋର୍ଟସ ଡ୍ରାମା ଚଳଚିତ୍ର ଜର୍ସି । ବର୍ଷର ଶେଷଦିନରେ ଏହି ତେଲୁଗୁ ରିମେକକୁ ରିଲିଜ କରିବାକୁ ସ୍ଥିର କରାଯାଇଥିବାବେଳେ ୨ ଦିନ ପୂର୍ବରୁ ହିଁ ରିଲିଜ ଡେଟକୁ ପୋଷ୍ଟପୋନ କରାଗଲା । ଓମିକ୍ରନ ପାଇଁ କଟକଣା ବଳବତର ହେବାରୁ ସିନାମର ରିଲିଜ୍କୁ ଘୁଂଚାଇଲେ ମେକର । ସେହିପରି ଏସଏସ ରାଜାମୌଲିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆର ରିଲିଜ କୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ହାଇ ବଜେଟ ଚଳଚିତ୍ରରେ ତେଲୁଗୁ ସୁପରଷ୍ଟାର ରାମଚରଣ ଓ ଜୁନିଅର ଏନଟିଆରଙ୍କ ଜବରଦସ୍ତ ଅଭିନୟକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଥିଲେ ।

ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ଦର୍ଶକଙ୍କୁ ନିରାଶ କରିଛି କରୋନା । ଜାନୁଆରୀ ୭ ରେ ଆରଆରଆର ସିନେମା ହଲରେ ରିଲିଜ ହେବାକୁ ସ୍ଥିର ହୋଇଥିଲା । ହେଲେ ଏବେ ୭ ତାରିଖରେ ପରଦାକୁ ଆସୁନି ଏହି ଫିଲ୍ମ । ଦୁଇଟି ବିଗ ବଜେଟ ଚଳଚିତ୍ର ର ରିଲିଜ ପୋଷ୍ଟପନ ପରେ ଜାନୁଆରୀ ୧୪ ରେ ବଡପରଦାକୁ ଆସିବାକୁ ଥିବା ବାହୁବଳୀ ପ୍ରଭାସଙ୍କ ରାଧେଶ୍ୟାମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୁଂଚା ଯାଉଛି ବୋଲି ଚର୍ଚ୍ଚା ହେଉଥିବାବେଳେ, ମେକରଙ୍କ ତରଫରୁ ଏନେଇ ସଫେଇ ଦିଆଯାଇଛି । ରାଧେଶ୍ୟାମ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରିଲିଜ୍ ହେବ ବୋଲି ସ୍ପଷ୍ଟିକରଣ ରଖିଛନ୍ତି ଫିଲ୍ମ ନିର୍ମାତା । ପ୍ରଭାସଙ୍କ ରୋମାଂଟିକ ଡ୍ରାମା ଚଳଚିତ୍ର ରିଲିଜ କୁ ନେଇ କୈ÷ଣସି ଗୁଜବରେ ବିଶ୍ୱାସ ନକରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ରାଧେଶ୍ୟାମ ନିର୍ମାତା ।