ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଲା ଗୁରୁ-ଶିଷ୍ୟ ସମ୍ପର୍କର ଦୁର୍ଲଭ ଦୃଶ୍ୟ । ଗୁରୁଙ୍କ ପାଇଁ ୨୬ କିଲୋମିଟର ଗାଡି ଟାଣି ଟାଣି ନେଲେ ଶିଷ୍ୟ ।

267

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ରାଜ ରାସ୍ତାରେ ଅଲେଖ ମହିମା ଧର୍ମାବଲାମ୍ବୀ ଭକ୍ତ ଓ ଗୁରୁଙ୍କ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନ ର ସମାଜ ପାଇଁ ଏକ ଉଦାହରଣ ପାଲଟିଛି । ମହିମା ଧର୍ମଗୁରୁ ଅଲେଖ ବାବାଙ୍କୁ ଏକ ରିକ୍ସା ଭଳି ଟଣା ଗାଡିରେ ରାସ୍ତା ଉପରେ ଟାଣି ଟାଣି ନେଉଛନ୍ତି ୩ ଶିଷ୍ୟ । ନବରଙ୍ଗପୁର ଉମରକୋଟରେ ଏହି ସମୟର ଦୃଶ୍ୟ ଯାହା ନଜରକୁ ଆସିଥିଲା, ସେ ଦଣ୍ଡେ ଠିଆ ହୋଇ ଚାହିଁ ରହୁଥିଲା । ଆଉ ଏହି ରିକ୍ସାରେ ବସିଥିଲେ ଉମରକୋଟର ଧନୁର୍ଜୟ ବାବା । ଗାଡିରେ ବାବାଙ୍କୁ ବସାଇ ପୋଡାଗଡ ଅଲେଖ ଆଶ୍ରମରୁ ଉମରକୋଟ ଅଲେଖ ଗାଦି ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ରାସ୍ତା ଟାଣି ଟାଣି ଆଣିଛନ୍ତି ତାଙ୍କ ଶିଷ୍ୟ ।

ମହିମା ଧର୍ମର ନିୟମ ଅନୁସାରେ ବକଳଧାରୀ ବାବା କୌଣସି ଯାନ ବାହାନରେ ଯାତ୍ରା କରିପାରିବେ ନାହିଁ । ଖାଲି ପାଦରେ ଚାଲିଚାଲି ଯିବେ, ନଚେତ୍ ଏହିଭଳି ମୋଟର ବିହିନ ଗାଡିରେ ଯାତାୟତ କରିପାରିବେ । ତେଣୁ ପୂର୍ବରୁ ଗୁରୁଙ୍କୁ ବାହୁଙ୍ଗି ଭାରରେ ବୋହି ନବରଙ୍ଗପୁରରୁ ଢେଙ୍କାନାଳ ଜୋରନ୍ଦା ଗାଦିକୁ ନେଇଥିଲେ ଶିଷ୍ୟ । ଏଥର ବାହୁଙ୍ଗି ବଦଳରେ ରିକ୍ସା ଭଳି ଏଇ ଗାଡିକୁ ବ୍ୟବହାର କରୁଛନ୍ତି ଧନୁର୍ଜୟ ବାବାଙ୍କ ଶିଷ୍ୟ ।