ସାମ୍ନାକୁ ଆସିଲା ବଲାଙ୍ଗୀର ରିଙ୍କୁ ମେହେର ହତ୍ୟାକାଣ୍ଡର ରହସ୍ୟ: ବଡ଼ଭାଇକୁ ହତ୍ୟା କରିଥିଲା ସାନ ଭାଇ

671

କନକ ବ୍ୟୁରୋ: ବଲାଙ୍ଗୀର ରିଙ୍କୁ ମେହେର ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତକୁ ଧରି ସିନରିକ୍ରିଏସନ କଲା ବଲାଙ୍ଗୀର ପୁଲିସ । ମାଆ ବାପାଙ୍କୁ ନିର୍ଯାତନା ସହ ଘରୋଇ କଳି ଯୋଗୁ ବଡ ଭାଇ ରିଙ୍କୁକୁ ହତ୍ୟା କରିଥିଲା ସାନ ଭାଇ । ବଲାଙ୍ଗୀର ସାଲେପାଲିରେ ବନ୍ଦ କୋଠରୀରୁ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ରିଙ୍କୁ ମେହେର ନିଜ ବାପା ମା’ ଓ ଦୁଇ ଭାଇଙ୍କ ସହ ଭଡାଘରେ ରହୁଥିଲେ । ପ୍ରାୟ ସମୟ ପାରିବାରିକ କନ୍ଦଳ ଲାଗିରହୁଥିଲା । ଏପରିକି କିଛି ଦିନ ତଳେ ରିଙ୍କୁ ନିଜ ବାପାଙ୍କୁ ମାଡ ମାରିଥିବା ବେଳେ ସେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରିଙ୍କୁ ଏକାକୀ ଭଡାଘରେ ରହୁଥିବା ବେଳେ କିଛି ଦିନ ହେଲା ତାଙ୍କର ଖୋଜ ଖବର ମିିଳିନଥିଲା । ହେଲେ ଦୁଇ ଦିନ ତଳେ ବନ୍ଦ ଘରୁ ତାଙ୍କ ମୃତ ଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରିଙ୍କୁକୁ ହତ୍ୟା କରିବା ସହ ୮ଖଣ୍ଡ କାଟି ପଲିଥିନ୍ରେ ପୁରାଇ ରଖିଥିଲା ଦୁର୍ବୃତ । ଘଟଣା ସ୍ଥଳରେ ପୁଲିସ ପହଂଚି ଗଳିତ ମୃତଦହକୁ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲା ।