ସିଦ୍ଦରମୈୟା କ୍ୟାବିନେଟରେ ଶପଥ ନେଲେ ୮ ମନ୍ତ୍ରୀ, ସବୁ ବର୍ଗର ବିଧାୟକଙ୍କୁ କରାଗଲା ସାମିଲ

269

କନକ ବ୍ୟୁରୋ : ଦୀର୍ଘ ୬ଦିନର ମନ୍ଥନ ପରେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ମଧ୍ୟ ଶପଥ ନେଇଛନ୍ତି । ଏହି କ୍ରମରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନେ ହେଲେ ଜି, ପରମେଶ୍ୱର, ଏଚ୍ ମୁନିୟପ୍ପା, କେ,ଜେ ଗର୍ଗ, ଏମ ବି ପାଟିଲ, ସତୀଶ ଜାରକିହୋଲି, ପ୍ରିୟାଙ୍କ ଖରଗେ, ରାମାଲିଙ୍ଗା ରେଡ୍ଡୀ, ବି.ଜେଡ, ଜମୀର, ଅହମ୍ମଦ ଖାନ ।

ସେପଟେ ଯଦି ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ୮ଜଣ ବିଧାୟକଙ୍କ ଉପରେ ନଜର ପକାଇବା ତେବେ ଏହି ୮ଜଣ ବିଧାୟକ ଭିନ୍ନ ଭିନ୍ନ ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି । ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ଏଚ୍ ମୁନିୟପ୍ପା ଦଳିତ ସମୁଦାୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଜମୀର ଅହମ୍ମଦ ଖାନ ଓ କେ.ଜେ ଗର୍ଗ ଅଳ୍ପସଂଖ୍ୟକ ବର୍ଗରୁ ପ୍ରତିନିଧିତ୍ୱ କରନ୍ତି । ସେହିଭଳି ଜାର୍କିହୋଲୀ ଅନୁସୂଚିତ ଜନଜାତିରୁ ପ୍ରତିନିଧିତ୍ୱ କରୁଥିବା ବେଳେ ରାମାଲିଙ୍ଗା ରେଡ୍ଡୀ ରେଡ୍ଡୀ ସମୁଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କୁରୁବା ସମୁଦାୟରୁ ୍ରଆସିଛନ୍ତି ଓ ଉପ ମୁଖ୍ୟମନ୍ତ୍ରୀ ଶିବକୁମାର ବୋକ୍କାଳିଗା ସମୁଦାୟରୁ ଆସିଛନ୍ତି ।

କହିରଖୁ କି ଆଜିର ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଶାସିିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅଣ ବିଜେପି ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । କେବଳ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଣବିଜେପି ଦଳର ନେତୃତ୍ୱଙ୍କୁ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିିଳିଛି ।