କଲେଜରେ ଚାଲିଛି ଭୋଜି, ଖିଆପିଆରେ ମାତିଛନ୍ତି ଅଧ୍ୟାପକ: ଶ୍ରେଣୀଗୃହ ଛାଡି ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ

158

କନକ ବ୍ୟୁରୋ: କଲେଜରେ ଚାଲିଛି ଭୋଜି । ପାଠପଢା ଛାଡି ଖିଆପିଆରେ ମଜି ଯାଇଛନ୍ତି ଅଧ୍ୟାପକ । ତେଣୁ କ୍ଲାସ ରୁମ୍ ଛାଡି ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ । ଆପଣମାନେ ଦେଖୁଛନ୍ତି, ମୟୂରଭଂଜ ଜିଲ୍ଲାର ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର । କରୋନା ଯୋଗୁଁ ୨ ବର୍ଷ ଧରି ଶ୍ରେଣୀଗୃହ ପାଠପଢା ବନ୍ଦ ରହିଥିଲା । ଚଳିତ ଶିକ୍ଷା ବର୍ଷରୁ ସ୍କୁଲ-କଲେଜରେ ପାଠ ପଢା ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି, ଆଉ ଏତିକି ବେଳେ ବାରିପଦାର ଏମ୍.ପି.ସି କଲେଜରୁ ଆସିଥିବା ଦୃଶ୍ୟ ନିହାତି ବିଚଳିତ କରିବ ।

ଭୋଜି-ଭାତ ଚାଲିଛି । ପଠାପଢା ବନ୍ଦ କରି ଅଧ୍ୟାପକମାନେ ଭୋଜି ଖାଇବାକୁ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । କଲେଜର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଧାଡିରେ ଯାଇ ଭୋଜି ଖାଉଛନ୍ତି । ସମସ୍ତେ ଭୋଜି ଖାଇବାରେ ବ୍ୟସ୍ତ ଥିବା ବେଳେ ଛାତ୍ରଛାତ୍ରୀମାନେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଗତ କିଛି ମାସ ତଳେ କଲେଜର ୬ ଜଣ ଅଧ୍ୟାପକଙ୍କୁ ପଦୋନ୍ନତି ମିଳିିଥିଲା । ତେଣୁ ସେମାନେ କଲେଜର କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଭୋଜିର ଆୟୋଜନ କରିଛନ୍ତି ।

ତେବେ ଏଠାରେ ଆମେ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ଚାହୁଁ ନାହୁଁ । କିନ୍ତୁ କଲେଜ ପରିସରର ଏହି ଦୃଶ୍ୟକୁ ଦେଖିବା ପରେ କେବଳ କିଛି ପ୍ରଶ୍ନ ଆମମାନଙ୍କ ମନକୁ ଆସୁଛି । ଯାହାର ଉତର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର କଲେଜ କର୍ତୃପକ୍ଷଙ୍କୁ ଠାରୁ ଆଶା କରାଯାଉଛି ।

୧. ପାଠପଢ଼ା ସମୟରେ କଲେଜ କ୍ୟାମ୍ପସରେ ଭୋଜିର ଆୟୋଜନ କରାଯାଇପାରିବ କି?
୨. କଲେଜ ଅଧ୍ୟାପକମାନେ ପାଠପଢା ଛାଡି ଭୋଜିରେ ସାମିଲ ହେବା କେତେ ଯୁକ୍ତିଯୁକ୍ତ?
୩. ଯେଉଁ ଗୋଟିଏ ଦିନର ପାଠପଢାରେ ବ୍ୟାଘାତ ହେଲ, ତା’ପାଇଁ ଦାୟୀ କିଏ?
୪. କଲେଜ କର୍ତ୍ତୃପକ୍ଷ ଚାହିଁଥିଲେ, ଛୁଟିଦିନରେ ଭୋଜିର ଆୟୋଜନ କରିପାରିଥାନ୍ତେ ।
୫. କାର୍ଯ୍ୟ ଦିବସରେ କଲେଜ ପରିସରରେ ଏଭଳି ଭୋଜିର ଆୟୋଜନ କରିବା ପାଇଁ ଅନୁମତି