ଇଣ୍ଟରନେଟ୍ ୱାର ଲାଗି ମାଓବାଦୀଙ୍କ ପ୍ରସ୍ତୁତି : ସୋସିଆଲ ମିଡିଆକୁ ଅସ୍ତ୍ର କରି ସରକାରଙ୍କ ବିରୋଧରେ ଲଢେଇ ପାଇଁ ଆଦିବାସୀଙ୍କୁ ପ୍ରବର୍ତ୍ତାଉଛନ୍ତି ମାଓନେତା

83

କନକ ବ୍ୟୁରୋ : ଇଣ୍ଟରନେଟ୍ ୱାର ଲାଗି ମାଓବାଦୀଙ୍କ ପ୍ରସ୍ତୁତି । ସୋସିଆଲ ମିଡିଆକୁ ଅସ୍ତ୍ର କରି ସରକାରଙ୍କ ବିରୋଧରେ ଲଢେଇ କରିବା ଲାଗି ଆଦିବାସୀଙ୍କୁ ପ୍ରବର୍ତ୍ତାଉଛନ୍ତି ମାଓ ନେତା । ମାଓବାଦୀଙ୍କ ଏପରି ଏକ ଚାଂଚଲ୍ୟକର ଭିଡିଓ ଏବେ ସାମ୍ନାକୁ ଆସିଛି । ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀଙ୍କ ସହିଦ ସପ୍ତାହ ଜାରି ରହି ଥିବା ବେଳେ ଗାଁ ଗାଁରେ ସଭା ସମିତିର ଆୟୋଜନ କରି ମାଓବାଦୀ ମାନେ ସଙ୍ଗଠନକୁ ମଜବୁତ କରିବାକୁ ଜନତାଙ୍କୁ ଆହ୍ୱାନ ଦେଉଛନ୍ତି ।

ଆଉ ଚଳିତ ବର୍ଷ ଏପରି ସଭା ମାନଙ୍କୁରେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରିବା ଲାଗି ଗୁରୁତ୍ୱ ଦେଉଛନ୍ତି ମାଓନେତା । ଛତିଶଗଡ ସୁକୁମା ଓ ବିଜାପୁର ସୀମାବର୍ତ୍ତୀ ଜଂଗଲରେ ଆୟୋଜିତ ଏହି ସଭାରେ ଜଣେ ବନ୍ଧୁକ ଧାରି ଟପ ମାଓନେତା ଗୋଣ୍ଡି ଭାଷାରେ କେମିତି ଇଣ୍ଟରନେଟ୍ ଯୁଦ୍ଧ ଲାଗି ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଉଛନ୍ତି । ତାହା ଦେଖିବାକୁ ମିଳିଛି ।