କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ମେରି କମଙ୍କ ନେତୃତ୍ୱରେ ହେବ ତଦନ୍ତ ।

100

କନକ ବ୍ୟୁରୋ: ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କ୍ରୀଡା ଜଗତରେ ହଇଚଇ ସୃଷ୍ଟି ହୋଇଛି । ତେବେ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ କରିବ ଖ୍ୟାତନାମା ରେସଲର୍ ମେରୀ କମଙ୍କ ନେତୃତ୍ୱରେ ଗଠିତ କମିଟି ।
ମେରି କମଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ତଦନ୍ତ କମିଟି ଘଟଣା ଯାଞ୍ଚ କରିବ । ଏହା ସହ ଗୋଟିଏ ମାସ ପାଇଁ ମଧ୍ୟ ଡବ୍ଲୁଏଫଆଇର ଦୈନଦିନ ବ୍ୟାପାରର ଦେଖାଶୁଣା କରିବେ ମେରି କମ୍‌।

ଏହି ସମିତିରେ ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ୍ ଖେଳାଳି ତଥା ମିଶନ୍ ଅଲିମ୍ପିକ୍ସ ସେଲ୍ ସଦସ୍ୟା ତୃପ୍ତି ମୁରଗୁଣ୍ଡେ, ଟପ୍ସର ପୂର୍ବତନ ସିଇଓ ରାଜାଗୋପାଳନ ଏବଂ ପୂର୍ବତନ ସାଇ କାର୍ୟ୍ୟନିର୍ବାହୀ ନିର୍ଦେଶକ ରାଧିକା ଶ୍ରୀମନ ସାମିଲ ଅଛନ୍ତି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଏହି ସୂଚନା ଦେଇଥିଲେ ମଧ୍ୟ ସୋମବାର ସମ୍ପୂର୍ଣ୍ଣ ତାଲିକା ‌ଘୋଷଣା କରିଛନ୍ତି। ବ୍ରିଭ ଜୂଷଣଙ୍କ ନାମରେ ଭିମନେଶ ଫୋଗଟ, ବଜରଙ୍ଗ ପୁନିଆ, ସାଖୀ ମଲ୍ଲିକ, ରବି ଦାହିୟା ପ୍ରମୁଖ ଯୌନ ଶୋଷଣ ଓ ଅନିୟମିତତା ଅଭିଯୋଗ ଆଣିବା ସହ ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ। ଶନିବାର ଶ୍ରୀ ଠାକୁର ପ୍ରତି‌ଶ୍ରୁତି ଦେବା ପରେ ସେମାନେ ଏଥିରୁ ଓହରିଥିଲେ।