ଘୁଞ୍ଚିଲା ଜ୍ଞାନବାପୀ ମାମଲାର ଶୁଣାଣି । ଅକ୍ଟୋବର ୧୧ରେ ହେବ ପରବର୍ତୀ ଶୁଣାଣି ।

58

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣୀ ଘଞ୍ଚାଇଛନ୍ତି କୋର୍ଟ । ଶୁକ୍ରବାର ମାମଲାର ଏକ ଆବେଦନ ଉପରେ ଶୁଣାଣି କରିଥିଲେ କୋର୍ଟ । ତେବେ ମାମଲାର ଆଗାମୀ ଶୁଣାଣୀ ୧୧ ତାରିଖରେ ହେବ । ମୁସଲିମ ପକ୍ଷରୁ ଏକ ଆବେଦନ ଉପରେ ଅକ୍ଟୋବର ୧୧ରେ ହେବ ପରବର୍ତୀ ଶୁଣାଣୀ । ଶୁକ୍ରବାର ମୁସଲିମ ପକ୍ଷଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ବାରାଣସୀ କୋର୍ଟ ଶୁଣାଣି କରିବାର ଥିଲା । ହିନ୍ଦୁ ପକ୍ଷର ଦାଖଲ ଆବଦେନରେ ଦାବି କରାଯାଇଛି କି ଜ୍ଞାନବାପୀ ମସଜିଦ ଭିତରେ ଯେଉଁ ସ୍ଥାନରେ ଶିବଲିଙ୍ଗ ରହିଛି ତାକୁ କାର୍ବନ ଡେଟିଂ ବା କୌଣସି ଜିନିଷର ଅବସ୍ଥିତି ତଥା ସ୍ଥାପନ ବାବଦରେ ଜାଣିବାକୁ ବ୍ୟବହାର ହେଉଥିବା ଯନ୍ତ୍ର ଦ୍ୱାରା ଯାଞ୍ଚ କରାଯାଉ ।