ପିଲା ନାଚିବାରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ଗଞ୍ଜାମ ଶେରଗଡ଼ରେ ସ୍ମାର୍ଟକ୍ଲାସରେ ଡ୍ୟାନ୍ସିଂ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ

1,349

କନକ ବ୍ୟୁରୋ: ଗଞ୍ଜାମ ଶେରଗଡର ସ୍ମାର୍ଟକ୍ଲାସରେ ପିଲାମାନେ ଖୁସିହୋଇ ନାଚିଲେ ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦଣ୍ଡ ମିଳିଛି । ତାଙ୍କର ଭୁଲ ହେଉଛି ଯେ ତାଙ୍କ ସ୍କୁଲରେ ପିଲାମାନେ ଖୁସିରେ ନାଚୁଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସସପେଣ୍ଡ କରିଛି । ବୋଧହୁଏ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭାବୁଛି, ସ୍କୁଲ ଏକ ବନ୍ଦୀଶାଳା ଏବଂ ଏଠାରେ କେହି ଖୁସିରେ ନାଚି ପାରିବେନାହିଁ । ବୋଧହୁଏ ସେମାନେ ଭାବୁଛନ୍ତି, ସ୍କୁଲରେ ଚୁପ୍ ହୋଇ ବସିବା ଉଚିତ୍, ପାଟି ଖୋଲିବା ଉଚିତ ନୁହେଁ । ତେଣୁ ଏଭଳି ଏକ ଦଣ୍ଡ ଦେଇଛନ୍ତି ।

ଗଞ୍ଜାମ ଶେରଗଡର ସ୍ମାର୍ଟକ୍ଲାସରେ ପିଲାମାନେ ଖୁସିହୋଇ ନାଚିଲେ ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦଣ୍ଡ ମିଳିଛି । ତାଙ୍କର ଭୁଲ ହେଉଛି ଯେ ତାଙ୍କ ସ୍କୁଲରେ ପିଲାମାନେ ଖୁସିରେ ନାଚୁଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସସପେଣ୍ଡ କରିଛି । ବୋଧହୁଏ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭାବୁଛି, ସ୍କୁଲ ଏକ ବନ୍ଦୀଶାଳା ଏବଂ ଏଠାରେ କେହି ଖୁସିରେ ନାଚି ପାରିବେନାହିଁ । ବୋଧହୁଏ ସେମାନେ ଭାବୁଛନ୍ତି, ସ୍କୁଲରେ ଚୁପ୍ ହୋଇ ବସିବା ଉଚିତ୍, ପାଟି ଖୋଲିବା ଉଚିତ ନୁହେଁ । ତେଣୁ ଏଭଳି ଏକ ଦଣ୍ଡ ଦେଇଛନ୍ତି ।

ପୁଷ୍ମା ଫିଲ୍ମର ଗୀତ ବାଜୁଛି, ଆଉ ପିଲାମାନେ ନାଚୁଛନ୍ତି । ଗଞ୍ଜାମ ଶେରଗଡ଼ରେ ସ୍ମାର୍ଟକ୍ଲାସରେ ପିଲାମାନେ ନାଚୁଥିବାର ଏକ ଭିଡିଓଟି ଏପ୍ରିଲ ୨୫ ତାରିଖର ଅଟେ । ଦଶମ ଶ୍ରେଣୀ ପିଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ଡକାଯାଇଥିବା ବେଳେ ୪ରୁ ୫ଜଣ ଛାତ୍ର ଡ଼୍ୟାନ୍ସ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ପିଲାଙ୍କ ଏହି ନାଚ ପାଇଁ ସମ୍ପୃକ୍ତ ବରମୁଣ୍ଡଳି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପାଢୀଙ୍କୁ ନିଲମ୍ବିତ କରାଯାଇଛି । ପ୍ରଶ୍ନ ଉଠୁଛି ପିଲା ଟିକିଏ ଯଦି ଖୁସିରେ ନାଚିଲେ, ଏଥିରେ ଅସୁବିଧା କେଉଁଠି ରହିଲା ? ପିଲା କ’ଣ ଖୁସି ହେବା କିଛି ଅପରାଧ ? ସ୍କୁଲ କ’ଣ ଏକ ବନ୍ଦୀଶାଳା, ଯେଉଁଠି ପିଲା ଚୁପଚାପ ବସିବେ, ଆଉ ଖୁସି ମନାଇ ପାରିବେ ନାହିଁ ? କିନ୍ତୁ ଆମର ବ୍ୟବସ୍ଥା ଓ ବାବୁମାନେ କ’ଣ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଲେ, ତାହା ବୁଝିବା ମୁସକିଲ ।

ଏବେ ପିଲାଙ୍କୁ ସରଳ ଓ ସହଜ ଉପାୟରେ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି । ଦିଲ୍ଲୀ ଭଳି ଜାଗାରେ “ହାପି କରିକୁଲମ୍’ ମଧ୍ୟ ଲାଗୁ ହେଲାଣି । ପିଲାମାନେ କିପରି ନାଚଗୀତ ମାଧ୍ୟମରେ ହସଖୁସିର ମାହୋଲ ଭିତରେ ପାଠ ପଢ଼ିବେ,ନସେଥିପାଇଁ ପ୍ରୟାସ ହେଉଛି । ହେଲେ ଓଡ଼ିଶାରେ ପିଲା ନାଚିଲେ ବୋଲି ଜଣେ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ ହେବାକୁ ପଡ଼ିଛି ।