କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । 

825

କନକ ବ୍ୟୁରୋ : କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ମ୍ୟୁନିସିପାଲ କମିଶନର, ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଏସିଏସଙ୍କ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । ରାଜ୍ୟ ଗୁଡିକ ହେଲା କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ।

ଏୟାରପୋର୍ଟ ଓ ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ । ଲକ୍ଷଣ କିମ୍ବା ଜର ଜଣାପଡିଲେ ହେବ ଆଣ୍ଟିଜେନ ଟେଷ୍ଟ । ପଜିଟିଭ ଜଣାପଡିଲେ ଆଇସୋଲେସନରେ ରହିବେ ଯାତ୍ରୀ । କରୋନାର ନୂଆ ଷ୍ଟ୍ରେନକୁ ନଜର ରଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।

ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଧିରେ ଧିରେ ସଂକ୍ରମଣ ବଢୁଥିବାର ନଜର ଆସିଛି । ତେବେ ଏଥିପାଇଁ ମହାରାଷ୍ଟ୍ର ସରକାର କିଛି ସ୍ଥାନରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ।