ଟୋକିଓ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ଭାରତୀୟ ଦଳର ଉପ-ଅଧିନାୟକ ହେଲେ ଦିପ ଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା । ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

83

କନକ ବ୍ୟୁରୋ: ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦିପ ଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ଉଭୟ ଖେଳାଳି ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପଟେ ମହିଳା ଦଳରେ ଦିପ ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ତେବେ ଏହି ୩ ଖେଳାଳି ଏବେ ଟୋକିଓରେ ନିଜ କମାଲ ଦେଖାଇବେ ।

ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ ।