କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟ ଏଯାଏଁ ଟଳି ନାହିଁ । ତୃତୀୟ ଲହରକୁ ନେଇ ଆକଳନ କରାଗଲାଣି । ତୃତୀୟ ଲହର ସଂପର୍କରେ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର । ଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ । ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରି କହିଛି, ସେପ୍ଟେମ୍ବରରୁ ଅକ୍ଟୋବରରେ ତୃତୀୟ ଲହର ଆସିବ । ଏଥିପାଇଁ ୩ଟି ଆକଳନ କରାଯାଇଛି । ଅକ୍ଟୋବରରେ ଶିଖର ଛୁଇଁପାରେ ତୃତୀୟ ଲହରର ସଂକ୍ରମଣ ।
କିନ୍ତୁ ଏହା ଦ୍ୱିତୀୟ ଲହର ଅପେକ୍ଷା କିଛି ମାତ୍ରାରେ କମ୍ ରହିପାରେ । ଦ୍ୱିତୀୟ ଆକଳନ ଅନୁସାରେ, ତୃତୀୟ ଲହର ପିକ୍ ଯଦି ସେପ୍ଟେମ୍ବରରେ ଆସେ, ତେବେ ସଂକ୍ରମଣହାର ଅଧିକ ରହିବ । ଆଇଆଇଟି କାନପୁରର ତୃତୀୟ ଆକଳନ କହୁଛି, ତୃତୀୟ ଲହର ସଂକ୍ରମଣ ପିକ୍ ଅକ୍ଟୋବର ଶେଷରେ ଆସିବ
ଆଇଆଇଟି କାନପୁର ଅନୁଧ୍ୟାନ
-ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହର ସରି ଆସିଲାଣୀ
-ଏବେ ଉତର ଭାରତର ରାଜ୍ୟଗୁଡ଼ିକରେ ଅଧିକ ସଂକ୍ରମଣ ରହିଛି
- ଭାରତରେ ଦୈନିକ ସଂକ୍ରମଣ ହାର କମିଛି
- ଅଧିକାଂଶ ରାଜ୍ୟରେ ପିଜିଟିଭ ହାର ୫% ତଳେ ରହିଛି
- କେରଳ, ଗୋଆ, ସିକିମ୍ ଓ ମେଘାଳୟରେ ୧୦% ଉପରେ ରହିଛି ପିଜିଟିଭ୍ ହାର
ସଂଭାବନା ନମ୍ବର-୧
- ଅକ୍ଟୋବର ମାସରେ ତୃତୀୟ ଲହର ଶିଖର ଛୁଇଁବ
ସଂଭାବନା ନମ୍ବର-୨
ଅଧିକ ସଂକ୍ରାମକ ହୋଇପାରେ । ସେପଟେମ୍ବର ସୁଦ୍ଧା ତୃତୀୟ ଲହର ଆସିପାରେ
ସଂଭାବନା ନମ୍ବର-୩
ଅକ୍ଟୋବର ଶେଷ ଯାଏଁ ମଧ୍ୟ ତୃତୀୟ ଲହର ବିଳମ୍ବ ହୋଇପାରେ