କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ । ମାତ୍ର ୨ ରନରେ ଅଲଆଉଟ୍ ହୋଇଗଲା ପୂରା ଟିମ୍ ।

3,495

କନକ ବ୍ୟୁରୋ : କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏମିତି ଲଜ୍ୟାଜନକ ବ୍ୟାଟିଂ ଦେଖିବାକୁ ମିଳିଛି ଏକ କାଉଣ୍ଟି ମ୍ୟାଚରେ । ଯେଉଁଠି ମାତ୍ର ୨ ରନରେ ଅଲଆଉଟ୍ ହୋଇଯାଇଛି ପୂରା ଟିମ୍ । ଏପରିକି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନାହାନ୍ତି । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍ ଦଳ ଆଗରେ ୨୬୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

୨୬୧ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ବକଡନ୍ ଦଳ । କିନ୍ତୁ ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବଡ କଥା ହେଉଛି, ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ । ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ ବଲ୍ ପାଇଁ ଦଳକୁ ୨ ରନ୍ ମିଳିଥିଲା । ଅନ୍ୟପଟେ ଫାଲକନ୍ସ ଦଳର ଓମଦୀପ ସିଂହ ଏକାକୀ ୬ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।