‘ଥଲ୍ଲୁମାଲା’ ଫିଲ୍ମ ପ୍ରମୋସନ ବେଳେ ଅସମ୍ଭାଳ ଭିଡ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

46

କନକ ବ୍ୟୁରୋ : ଫିଲ୍ମ ପ୍ରମୋସନ ବେଳେ ଅସମ୍ଭାଳ ଭିଡ । ମାଲାୟାଲମ୍ ଫିଲ୍ମର ଅଭିନେତା ଟୋବିନୋ ଥୋମାସଙ୍କ ଆଗାମୀ ଫିଲ୍ମ ‘ଥଲ୍ଲୁମାଲା’ର ପ୍ରମୋସନ ପୋଗ୍ରାମରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଯାହା ଫଳରେ ଫିଲ୍ମ ପ୍ରମୋସନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା । ତେବେ ମଲରେ ଏକାଠି ହୋଇଥିବା ଦର୍ଶକଙ୍କ ପ୍ରବଳ ଭିଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଅଭିନେତା ଟୋବିନୋ ଥୋମାସ ମଧ୍ୟ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ପ୍ରମୋସନ୍ କାର୍ଯ୍ୟକ୍ରମରେ ଏତେମାତ୍ରାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ ସେ କେବେ ଭାବି ନଥିଲେ । ମୁଁ ମୋ ଜୀବନରେ କେବେ ଏଭଳି ଭିଡ ଦେଖିନଥିଲି । ଅଭିନେତା ଥଟ୍ଟା କରି କହିଥିଲେ ଯେ ମୁଁ ଭାବୁଥିଲି କି ମୁଁ ଏହି ମଲରୁ ଜୀବନ୍ତ ବାହାରକୁ ଆସିବି କି ନାହିଁ, ମୋତେ ଏତେମାତ୍ରାରେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

ସେପଟେ, ସ୍ଥାନୀୟ ପୋଲିସର ସୂଚନାନୁସାରେ, ଏତେ ସଂଖ୍ୟକ ଲୋକ ପହଞ୍ଚିବେ ବୋଲି ଆଶା କରାଯାଇନଥିଲା । ପୁରା ମଲରେ ଭିଡ ଦେଖିବାକୁ ମିଳିଥିଲା । ତିନି ମହଲା ମଲରେ ସିଡ଼ି, ଛାତ ଉପରେ ସବୁଆଡେ ଏହା ଦୃଶ୍ୟମାନ ହେଉଥିଲା । ମଲ୍ ଚାରିପାଖରେ ଯାନବାହାନର ଲାଇନ ଥିଲା । ରାସ୍ତାଘାଟରେ ମଧ୍ୟ ପ୍ରବଳ ଭିଡ  ଲାଗିରହିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା ।

ଥଲ୍ଲୁମାଲା ଏକ ମାଲାୟାଲମ୍ ଫିଲ୍ମ । ଯାହା ୧୨ ଅଗଷ୍ଟରେ ଫିଲ୍ମ ହଲରେ ମୁକ୍ତିଲାଭ କରୁଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଖାଲିଦ ରେହମାନ । ଟୋବିନୋଙ୍କ ବ୍ୟତୀତ ଏହି ଫିଲ୍ମରେ କଲ୍ୟାଣୀ ପ୍ରିୟଦର୍ଶନ ଏବଂ ଜ୍ୟୋତି ଟମ ଚାକୋ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲରରେ ଏହା ଇଣ୍ଟରନେଟ୍ ସେଲିବ୍ରିଟିଙ୍କ ବିଷୟରେ ପ୍ରକାଶ ପାଇଛି ।