ରାକ୍ଷୀ ପୂର୍ଣ୍ଣିମା : ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

129

କନକ ବ୍ୟୁରୋ : ରାଖୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । କର୍ମଚାରୀଙ୍କ ଭିତରେ ପିଏମ କାର୍ଯ୍ୟାଳୟର ସୁଇପର, ପିଅନ, ଗାର୍ଡନର, ଡ୍ରାଇଭର ଓ ଅନ୍ୟ କର୍ମକର୍ତାଙ୍କ ଝିଅ ସାମିଲ୍ ଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେପଟେ, ସାରା ଦେଶରେ ଧୁମଧାମରେ ପାଳିତ ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଭାରତ ଓ ପାକିସ୍ତାନ ସୀମାରେ ଯବାନମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । କୁନି କୁନି ଶିଶୁ ଓ ମହିଳାମାନେ ଅଟ୍ରି-ୱାଘା ବର୍ଡରରେ ବିଏସଏଫ୍ ଯବାନଙ୍କୁ ରାଖୀ ବାନ୍ଧିଛନ୍ତି । ଯବାନଙ୍କୁ ରାକ୍ଷୀ ବାନ୍ଧିବା ସହ ସେମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଛାତ୍ରୀ ଓ ମହିଳା ।