ଫିଲ୍ମ ସୁଟିଂ ଆହତ ହେଲେ ଶିଳ୍ପା ଶେଟ୍ଟୀ । ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

325

କନକ ବ୍ୟୁରୋ : ସୁଟିଂ ବେଳେ ଆହତ ହେଲେ ଶିଳ୍ପା ଶେଟ୍ଟୀ । ଅଭିନେତ୍ରୀ ତାଙ୍କ ଭଙ୍ଗା ଗୋଡର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସୂଚନାନୁସାରେ, ଶିଳ୍ପା ଶେଟ୍ଟୀ ଆଜିକାଲି ଆକ୍ସନ୍ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଓଟିଟି ଡେବ୍ୟୁ ସିରିଜ୍ ଇଣ୍ଡିଆନ୍‌ ପୋଲିସ୍ ଫୋର୍ସର ସୁଟିଂ କରୁଛନ୍ତି ।

ନିକଟରେ ରୋହିତ ଶେଟ୍ଟୀ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଶିଳ୍ପା ଶେଟ୍ଟୀ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଥିଲା ​​। ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ଏକ ହ୍ୱିଲ ଚେୟାରରେ ବସିଛନ୍ତି ଏବଂ ତାଙ୍କ ବାମ ଗୋଡ ଭାଙ୍ଗି ଯାଇଛି ।  ଶିଳ୍ପା ଶେଟ୍ଟୀ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ରୋଲ, କ୍ୟାମେରା, ଆକ୍ସନ୍ ଏବଂ ମୋ ଗୋଡ ଭାଙ୍ଗି ଗଲା, ମୁଁ ଏହାକୁ ସତ ଭାବି ନେଲି । ମୁଁ ବର୍ତ୍ତମାନ ଛଅ ସପ୍ତାହ ପର୍ଯ୍ୟନ୍ତ କିଛି କରିବାକୁ ସମର୍ଥ ହେବି ନାହିଁ, କିନ୍ତୁ ଶୀଘ୍ର ଭଲ ହୋଇ ଫେରିବି ।