ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ହେବ ସ୍କ୍ରିନିଂ : ଏୟାରପୋର୍ଟରେ ଖୋଲିବ ଟେଷ୍ଟିଂ ସେଣ୍ଟର; କରୋନା ସଂକ୍ରମଣକୁ ଦେଖି ବିଏମସିର ପଦକ୍ଷେପ

95

କନକ ବ୍ୟୁରୋ : କରୋନାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟେଷ୍ଟିଂ ସେଂଟର କରାଯିବ । ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ, ପୂର୍ବମାସ ଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ । ଏବେ ସତର୍କତା ପଦକ୍ଷେପ ନିଆଯାଉଛି, ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି ଏବଂ ଆକ୍ରାନ୍ତମାନଙ୍କର ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଙ୍ଗ, ଡିଟେଲ କଣ୍ଟାକ୍ଟ ଟ୍ରେସିଙ୍ଗ କାଲିଠାରୁ କରାଯାଉଛି । ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଂଚଳରୁ ଅଧିକ ପଜିଟିଭ ବାହାରୁଛନ୍ତି  ସେ ଅଂଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି । ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି। ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ଅଛି ।’