ଆମେରିକୀୟ ଗଲ୍ଫର ଟାଇଗର ଉଡସଙ୍କ କାର ଦୁର୍ଘଟଣାଗ୍ରସ୍ତ : ଲସ ଏଞ୍ଜଲସରେ ଡିଭାଇଡରରେ ପିଟି ହୋଇ ଓଲଟିଲା କାର

75

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାର ଶିକାର ହେଲ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ ଗଲଫର ଟାଇଗର ଉଡସ । ଦୁର୍ଘଟଣାରେ ତାଙ୍କ ପାଦରେ ଆଘାତ ଲାଗିଛି । ଆମେରିକାର ଲସ ଆଂଜଲିସରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ଟାଇଗର । କାରଟି ଡ଼ିଭାଇଡ଼ରରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଟାଇଗରଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ ଟାଇଗରଙ୍କର ଗୋଡ଼ରେ ଆଘାତ ଲାଗିଛି । ଏଥିପାଇଁ ନିକଟସ୍ଥ ଏକ ମେଡ଼ିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ।