ଟେସଲା ମାଲିକ ଏଲନ ମସ୍କଙ୍କୁ ରେକର୍ଡ ସ୍ତରରେ କ୍ଷତି। ୧୪ହଜାର କୋଟି ଟଙ୍କା ହରାଇ ରେକର୍ଡ କଲେ ମସ୍କ।

216

କନକ ବ୍ୟୁରୋ: ଟେଲସା ଏବଂ ସ୍ପେସଏକ୍ସ ସିଇଓ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି । ବର୍ଷ ଆରମ୍ଭରୁ ମସ୍କଙ୍କୁ ବଡ କ୍ଷତି ସହିବାକୁ ପଡିଛି । ସୂଚନା ଅନୁସାରେ ନଭେମ୍ବର ୨୦୨୧ରୁ ଏବେ ସୁଦ୍ଧା ପାଖାପାଖି ୧୪ ହଜାର କୋଟି ଟଙ୍କାର କ୍ଷତି ସେ ସହିଛନ୍ତି । ରେକର୍ଡସ୍ତରରେ ମସ୍କଙ୍କୁ ଏତେ ବଡ କ୍ଷତି ହୋଇଥିବା କୁହାଯାଉଛି । ୨୦୦୦ ମସିହାରେ ଜାପାନର ନିବେଶକ ମାୟାୟୋଶୀ ସୋନଙ୍କ ୫୮.୦୬ ବିଲିୟନ ଡଲାର କ୍ଷତି ହୋଇଥିଲା । ଏହାକୁ ଅତିକ୍ରମ କରି ମସ୍କ ଏବେ ୧୮୦ ବିଲିୟନ ଡଲାରର କ୍ଷତି ସହିଛନ୍ତି ।

ଫୋବର୍ସ ପତ୍ରିକାର ଏକ ରିପୋର୍ଟ କହୁଛି ଟେଲସାର ସେୟାର ଲଗାତାର ହ୍ରାସ ପାଉଛି । ୨୦୨୧ ମସିହାରେ ମସ୍କଙ୍କ ସମ୍ପତି ୩୨୦ ବିଲିୟନ ଡଲାର ରହିଥିଲା ଓ ୨୦୨୩ ଜାନୁଆରୀ ସୁଦ୍ଧା ଏହା ୧୩୮ ବିଲିୟନ ଡଲାରରେ ପହଁଚିଛି । ଏଥିସହ ମସ୍କ ଏବେ ଆଉ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ସ୍ଥାନ ମଧ୍ୟ ହରାଇଛନ୍ତି । ଚର୍ଚ୍ଚ ହେଉଛି ଯେ ଟ୍ୱିଟର କିଣିବା ପାଇଁ ମସ୍କଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଟ୍ୱିଟର କିଣିବା ପାଇଁ ମସ୍କ ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି ତାଠୁ ଅଧିକ ବିବାଦରେ ମଧ୍ୟ ଦେଇଛନ୍ତି । ୩ମାସ ଭିତରେ ମସ୍କଙ୍କ ସେୟାର ଖସିବାର ଲାଗିଛି । କୁହାଯାଇଛି ସ୍ଥିିତିର ମୁକାବିଲା ପାଇଁ ମସ୍କ ଟେଲସାର କିଛି ଅଂଶ ବିକ୍ରି କରିବା ପାଇଁ ବିଚାର କରୁଛନ୍ତି । ବର୍ତମାନ ଅର୍ଣ୍ଣାଲଟ ଲଗଜୁରୀ ଗୁଡସ କମ୍ପାନୀ ପ୍ରତିଷ୍ଠାତା ବୁଇଟନ ମୋଏଟ ହେନେସୀ ୧୯୦ ବିଲିୟନ ଡଲାର ସମ୍ପତି ସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ହୋଇପାରିଛନ୍ତି ।