ଚୀନରେ ମାଡୁଛି କରୋନା, ବଢୁଛି ଭୟ। ଜାନୁଆରୀ ୧୩ରେ ଶୀର୍ଷ ଛୁଇଁବ ସଂକ୍ରମଣ।

256

କନକ ବ୍ୟୁରୋ: ଚୀନରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଜିନପିଙ୍ଗ ସରକାର ଦେଶରୁ ସମସ୍ତ କଟକଣା ହଟାଇବାପରେ ସଂକ୍ରମଣ ବୃଦ୍ଧି ଆଶଙ୍କା ବେଶ ଅଧିକ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜାନୁଆରୀ ୧୩ ସୁଦ୍ଧା ଚୀନରେ ସଂକ୍ରମଣ ଶୀର୍ଷ ଛୁଇଁବ । ଏହା ଯୋଗୁଁ ପ୍ରତିଦିନ ସଂକ୍ରମଣ ୩୭ଲକ୍ଷ ଟପିବା ଆଶଙ୍କା ରହିଛି । ଏଥିସହ ଦୈନିକ ୨୫ହଜାର ଲୋକଙ୍କ ମୃତ୍ୟୁ ହେବା ଆଶଙ୍କା ମଧ୍ୟ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଚୀନରେ କେବଳ ଭାରତୀୟ ଓøଷଧର କଳାବଜାରୀ ହେଉନି ବଂର ନକଲି ଔଷଧ ମଧ୍ୟ ବିକ୍ରି ଆରମ୍ଭ ହୋଇଥିବା ଜଣାପଡିଛି ।

୧୭ଟି ଦେଶ ଚୀନ ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି । ଗୋଟେ ପଟେ ଚୀନରେ ସଂକ୍ରମଣ ବୃଦ୍ଧି ଅନ୍ୟପଟେ ଜାପାନରେ ମଧ୍ୟ କ୍ରମଶ ସମାନ ସ୍ଥିତି ଦେଖାଗଲାଣି । ୭ଦିନ ଭିତରେ ଜାପାନରେ ୧୨ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଜାନୁଆରୀ ୯ ତାରିଖରେ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛି । ଜାନୁଆରୀ ୧୫ ପରେ ଜାପାନରେ ଅଧିକ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ଚୀନ ଓ ଜାପାନରେ କରୋନା ସ୍ଥିତି ଉଦବେଗଜନକ ସ୍ଥିତିରେ ରହିଛି ।