ଚର୍ଚ୍ଚା ଫିଲ୍ମ ଦ କାଶ୍ମୀର ଫାଇଲସ। ଓସ୍କାର ୨୦୨୩ ରେସରେ ଫିଲ୍ମ ସାମିଲ।

104

କନକ ବ୍ୟୁରୋ: ଓସ୍କାର-୨୦୨୩ ପାଇଁ ଫିଲ୍ମଗୁଡ଼ିକର ତାଲିକା ପ୍ରକାଶ ପାଇଛି । ଏହି ସର୍ଟଲିଷ୍ଟରେ ସ୍ଥାନ ପାଇଛି ବିବାଦିତ ଲୋକପ୍ରିୟ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ତେବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏନେଇ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ଓସ୍କାର-୨୦୨୩ର ପ୍ରଥମ ତାଲିକାର ସର୍ଟଲିଷ୍ଟରେ ‘ଦ କାଶ୍ମୀର ଫାଇଲ୍ସ’ ଚୟନ କରାଯାଇଥିବା ସୂଚନା ଦେଇଛନ୍ତି ।

କାଶ୍ମୀର ଫାଇଲ୍ସ ସହ ଅନ୍ୟ ହିନ୍ଦୀ ଫିଲ୍ମ ମଧ୍ୟ ଏହି ସର୍ଟଲିଷ୍ଟରେ ସାମିଲ କରାଯାଇଛି । ଫିଲ୍ମ ‘କାନ୍ତାରା’, ଆରଆରଆର, ଗଙ୍ଗୁବାଇ କାଠିୱାଡ଼ି ଆଦି ଏହି ଲିଷ୍ଟରେ ସ୍ଥାନ ପାଇଛି । ବିବେକ ଅଗ୍ନିହୋତ୍ରୀ ନିଜର ଏହି ଫିଲ୍ମର ସୂଚନା ଦେବା ସହ ଅନ୍ୟ ଭାରତୀୟ ଫିଲ୍ମକୁ ଶୁଭକାମନା ଜଣାଇଛନ୍ତି । ରିପୋର୍ଟ ଅନୁସାରେ, ସର୍ଟଲିଷ୍ଟରେ ସ୍ଥାନ ପାଇଥିବା ଫିଲ୍ମଗୁଡିକ ନୋମିନେସନ ପାଇଁ ଚୟନ କରାଯିବ ।