୨୬ ଦିନରେ ୭୦ ହଜାର ଛଟେଇ, ଅନେକ କମ୍ପାନୀରୁ ଚାକିରୀ ହରାଇଲେଣି କର୍ମଚାରୀ ।

824

କନକ ବ୍ୟୁରୋ: ଟେକ୍ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । କେତେବେଳେ ନୂଆ ଉତ୍ପାଦର ବଜାର ପ୍ରବେଶ ତ ଆଉ କେତେବେଳେ ବଡ ଧରଣର କର୍ମଚାରୀ ଛଟେଇକୁ ନେଇ । ଚଳିତ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାପଡେ ଯେ, ଟେକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିସାରିଛି ।

ତେବେ ଚିନ୍ତାର ବିଷୟ ଯେ, କରୋନା ମହାମାରୀ ପରେ ଯେତେବେଳେ ବିଶ୍ୱ ସାଧାରଣ ଅବସ୍ଥାକୁ ଫେରୁଛି ସେତେବେଳେ ଆଉଟି କମ୍ପାନୀ ବଡଧରଣରେ କର୍ମଚାରୀ ମାନଙ୍କୁ ଚାକିରୀରୁ ବିଦା କରୁଛି । ଏଥିରେ ଅନେକ ସଂଖ୍ୟାରେ ବଡ ବଡ କମ୍ପାନୀ ମଧ୍ୟ ସାମିଲ ରହିଛନ୍ତି । ଚଳିତ ବର୍ଷ ୭୦ ହଜାର କର୍ମଚାରୀଙ୍କ ଚାକିରୀ ଯାଇସାରିଥିବା ବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ଥିଲା ଦେଢ ଲକ୍ଷ ।

ଆସନ୍ତୁ ଜାଣିବା କେଉଁ କମ୍ପାନୀ କେତେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛନ୍ତି ।
ଆଲ୍ଫାବେଟ୍- ୧୨ ହଜାର କର୍ମଚାରୀ
ଆମାଜନ- ୧୮ ହଜାର କର୍ମଚାରୀ
ମେଟା- ୧୧ ହଜାର କର୍ମଚାରୀ
ମାଇକ୍ରୋସଫ୍ଟ- ୧୦ ହଜାର କର୍ମଚାରୀ
ଟ୍ୱିଟର- ୪ ହଜାର କର୍ମଚାରୀ
ସେଲ୍ଫଫୋର୍ସ- ୮ ହଜାର କର୍ମଚାରୀ
ଓି୍ୱପ୍ରୋ- ୪୦୦ କର୍ମଚାରୀ
ସ୍ୱିଗି- ୩୮୦ କର୍ମଚାରୀ
ମେଡିବଡି- ୨୦୦ କର୍ମଚାରୀ
ଓଲା- ୨ ଶହ କର୍ମଚାରୀ
ସେଫୋସ- ୪୫୦ କର୍ମଚାରୀ

ଏହା ଛଡା ଟେସଲା, ନେଟଫ୍ଲିକ୍ସ, ରବିନ ହୁଡ୍, ସ୍ନାପ, କାଁଇନବେସ, ସ୍ପଟିଫ ସହିତ ଅନେକ କମ୍ପାନୀ ମଧ୍ୟ ଏହି ଶ୍ରେଣୀରେ ଆସୁଛନ୍ତି ଯେଉଁମାନେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଅନେକ କାରଣରୁ କମ୍ପାନୀମାନେ ଏହିଭଳି ଛଟେଇ କରୁଛନ୍ତି । ଏଥିରେ ପ୍ରମୁଖ କାରଣ ହେଇଛି ବିଶ୍ୱସ୍ତରରେ ମାନ୍ଦାବସ୍ଥା, କରୋନା ପରେ ବିଶ୍ୱର ଅର୍ଥନୀତି ଧିରେ ଧିରେ ଟ୍ରାକକୁ ଫେରୁଛି । ଅନେକ ଦେଶ ଖରାପ ପରିସ୍ଥିତି ଦେଇ ଗତିକରୁଛନ୍ତି । ଋଷ-ୟୁକ୍ରେନ କାରଣରୁ ଏହିଭଳି ଅର୍ଥନୀତି ଉପରେ ପ୍ରଭାବ ପଡୁଛି ।