ପ୍ରବୋଧଙ୍କ ଘରୁ ଚୋରୀ ଘଟଣାରେ ୫ ଗିରଫ । ୧୪ଟି ମେଡାଲ ଜବତ ।

165

କନକ ବ୍ୟୁରୋ: ହକି ଖେଳାଳୀ ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ଘଟଣାରେ ୫ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ସହଯୋଗୀ ଗିରଫ ହୋଇଛନ୍ତି । ଏମାନଙ୍କ ନାଁରେ ରହିଛି ୧୦୦ରୁ ଅଧିକ ମାମଲା ।

ପ୍ରବୋଧଙ୍କ ଘରୁ ଚୋରୀ ହୋଇଥିଲା ୧୪ଟି ମେଡାଲ । ଗୋଟିଏ ଗୋଲ୍ଡ, ୮ଟି ବ୍ରୋଞ୍ଚ ଓ ୫ଟି ସିଲଭର ମେଡାଲ ଜବତ ହୋଇଛନ୍ତି । ଅଭିଯୁକ୍ତ ସୁକାନ୍ତ ଓ ଗଙ୍ଗା କମିଶନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲେ ।