କନକ ବ୍ୟୁରୋ : କଂଗ୍ରେସର ତିନି ଫାଳିଆ ତତ୍ୱ ପରେ ଏବ ଚକ୍ରାନ୍ତର ଚକ୍ର ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦବାହିନୀ ପତି । ଦଳର ଦୁଇ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ ଜୟଦେବ ଜେନାଙ୍କୁ ଇଙ୍ଗିତ କରି କହିଛନ୍ତି, ଏମାନଙ୍କ ଯୋଗୁଁ ଏକଜୁଟ୍ ହୋଇପାରୁନି କଂଗ୍ରେସ । ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ,କଂଗ୍ରେସରୁ କିଛି ଯାଇଛନ୍ତି, ଆଗକୁ ଆହୁରି ଦଳରୁ ଯିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସଭାପତି ପ୍ରସାଦଙ୍କୁ ହଟାଇବା ପାଇଁ ଦାବି ଜୋର ଧରିବା ପରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର ପ୍ରାୟ ୩୫ ଜଣ ନେତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏଯାଏଁ କୈାଣସି ନିଷ୍ପତି ନଆସିବାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।
ରାହୁଲଙ୍କ ନିଷ୍ପତି ଯେତିକି ଡେରି ହେଉଛି କର୍ମୀ ଓ ନେତାଙ୍କ ଦଳ ବଦଳ ସେତିକି ବଢୁଛି । ଆଉ ଏହା ସହିତ କଂଗ୍ରେସ କନ୍ଦଳ ମଧ୍ୟ ବଢିବାରେ ଲାଗିଛି । ଏବେ ସମସ୍ତଙ୍କ ଅପେକ୍ଷା କେବେ ବିଦେଶ ଗସ୍ତରୁ ଆସି ରାହୁଲ ନିଜ ନିଷ୍ପତି ଶୁଣାଇବେ ।