ଚାକିରି ସୁଯୋଗ ସୃଷ୍ଟି କରିବାରେ ମୋଦି ସରକାର ଫେଲ୍ ! ସର୍ଭେରେ ୪୬ ପ୍ରତିଶତ ଜନତା ଦେଲେ ମତ

194

କନକ ବ୍ୟୁରୋ : ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ନିକଟରେ କରାଯାଇଥିବା ଏକ ସର୍ଭେରେ ଅଂଶଗ୍ରହଣ କରି ଦେଶର ୪୬ ପ୍ରତିଶତ ଜନତା, ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ସଂପ୍ରତି ବେରୋଜଗାରୀ ୭.୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୨୭ ମାସ ମଧ୍ୟରେ ସର୍ବକାଳୀନ ଥିବା କହିଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନୋମି । ୧୨ ମିଲିୟନ ନିଯୁକ୍ତି ସୁଯୋଗ ପାଇଁ କେନ୍ଦ୍ର ସରକାରଙ୍କର ଘୋଷଣା କେବଳ ମାତ୍ର ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଥିବା ଏହି ସର୍ଭେରେ ଅଭିଯୋଗ ହୋଇଛି ।

ଦେଶର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରିବା କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି । ସରକାରଙ୍କର ଏହି ବିଫଳତାକୁ ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି ।