ଦୁଇ ବରିଷ୍ଠ ନେତାଙ୍କ ଦମ୍ଭୋକ୍ତି । ଦାମ କହିଲେ ବିଧାନସଭାରେ ଆଶାନୁରୁପ ଆସନ ନପାଇବାର ତର୍ଜମା କରିବ ବିଜେପି :ସେପଟେ ସୁର କହିଲେ ପରାଜୟର ସମୀକ୍ଷା କରିବ କଂଗ୍ରେସ

ଏବେଠୁ ଆରମ୍ଭ ହୋଇଗଲାଣି ୨୦୨୪ ନିର୍ବାଚନ ପାଇଁ ଅଙ୍କକଷା

144

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଓ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୨୦୨୪ରେ ସରକାର ଗଢିବା ନେଇ ଦମ୍ଭୋକ୍ତି କରିଛନ୍ତି ।  ଗତକାଲି ଦାମଙ୍କୁ ନେଇ ଚର୍ଚ୍ଚା ସରଗରମ ହେଲା ଯେତେ ବେଳେ ପୁଅ ସମ୍ବିତ ରାଉତରାୟ କହିଲେ, ବାପା ବିଜେପିରେ ଖୁସିନାହାନ୍ତି ।  ଏହାକୁ ଖଣ୍ଡନ କରିଥିଲେ ଦାମୋଦର ରାଉତ ।  ଆଉ ଏବେ ବିଧାନସଭାରେ ବିଜେପିକୁ ଆଶାନୁରୁପ ଆସନ ନମିଳିବା ସଂପର୍କରେ ଦଳ ତର୍ଜମା କରିବ ବୋଲି କହିଛନ୍ତି । ୨୦୧୪ ନିର୍ବାଚନରେ ବିଜେପି ଗୋଟିଏ ଲୋକସଭା ଆସନ ପାଇଥିବା ବେଳେ ୧୦ଟି ବିଧାନସଭା ଆସନ ଅକ୍ତିଆର କରିଥିଲା ।

ସେହି ଅନୁପାତରେ ଏଥର ନିର୍ବାଚନରେ ଦଳ ଆଠଟି ଲୋକସଭା ଆସନ ପାଇଥିବାରୁ ୮୦ ବିଧାନସଭା ପାଇବା କଥା ବୋଲି ଦାମ କହିଛନ୍ତି । ସେପଟେ ଯୁବ ତଥା ନୂଆ ଚେହେରାଙ୍କୁ ଟିକେଟ ଦେଇ ରାଜ୍ୟରେ କୌଣସି କରିସ୍ମା କରିପାରଲାନି କଂଗ୍ରେସ । ତେଣୁ ପରାଜୟର ପୋଷ୍ଟମର୍ଟମ କରାଯିବ ଓ କାହିଁକି ଦଳୀୟ ପ୍ରାର୍ଥୀ ବିଭିନ୍ନ ସ୍ଥାନରେ ହାରିଲେ ତାହାର କାରଣ ଖୋଜାଯିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।