ରାଞ୍ଚିରେ ଆୟୋଜିତ ହେବ ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ, ୩୦ ହଜାର ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ।

230

କନକ ବ୍ୟୁରୋ: ଯୋଗ ଦିବସ ପାଇଁ ସଜବାଜ । ପଂଚମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ ୩୦,୦୦୦ ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ । ଆସନ୍ତା ଜୁନ୍ ୨୧ ତାରିଖରେ ଝାଡଖଣ୍ଡର ରାଂଚିରେ ଥିବା ପ୍ରଭାତ ତରାଠାରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ନେତୃତ୍ୱ ନେବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶବ୍ୟାପୀ ଏହି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମୁଖ୍ୟ ମନ୍ତ୍ରଣାଳୟ ଆୟୁଷ ରହିବ ବୋଲି ପିଆଇବି ତରଫରରୁ ସୂଚନା ମିଳିଛି । ଚଳିତ ଥର ଆନ୍ତର୍ଜାତିକ ଯୋଗ ଦିବସର ଗୁରୁତ୍ୱ ହେଉଛି ହଜାରରୁ ଉଦ୍ଧ୍ୱର୍ ସ୍ଥାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନେଇ ସମତାଳରେ ଯୋଗ ପ୍ରଦର୍ଶନ କରାଯିବ । ତେବେ ଏହି ଆନ୍ତର୍ଜାତିକ ଯୋଗ ଦିବସରେ ଭାଗନେବେ ଭାରତର ପ୍ରଖ୍ୟାତ ଯୋଗଗୁରୁ ।

ଅନ୍ୟପଟେ ଯୋଗ ଦିବସ ପୂର୍ବରୁ ଜୁନ ୧୩ରେ ରାଂଚିଠାରେ ଏନେଇ ଏକ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯେଉଁଥିରେ କି ବିଭିନ୍ନ ଯୋଗାନୁଷ୍ଠାନ ଏବଂ ଯୋଗ ଗୁରୁଙ୍କ ବ୍ୟତୀତ ଅନେକ ପଦାଧିକାରୀ ଯୋଗଦେବେ । ବିଗତ ୪ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି । ଜାତୀୟ ଗୁରୁତ୍ୱ ଦୃଷ୍ଟିରୁ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଲାଭ ପାଇବା ପାଇଁ ଜୁନ ୨୧, ୨୦୧୯ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମିଳିତ ଭାବେ କାର‌୍ୟ୍ୟ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟର ସମସ୍ତ ଅଂଶୀଦାର ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛି ।